Odia News Portal

ଆଜି ଆସୁଛନ୍ତି ଅମିତ ଶାହ

ଭୁବନେଶ୍ବର  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆଜି କଟକ ଜିଲ୍ଲା ସାଲେପୁରରେ ତାଙ୍କର ଦଳୀୟ କାର‌୍ୟ୍ୟକ୍ରମ ରହିଛି। ୪ଟି ଲୋକସଭା କ୍ଷେତ୍ରର ବୁଥ୍ସ୍ତରୀୟ କର୍ମକର୍ତ୍ତା ଏବଂ ମଣ୍ଡଳ ସଭାପତିଙ୍କ ସହ ସଂଗଠନ ସଂପର୍କରେ ସେ ଆଲୋଚନା କରିବେ । ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ କରିବେ ରଣନୀତି। ଏହାସହ ଫେବ୍ରୁଆରୀ ୩ ତାରିଖରେ ପୁରୀରେ ହେବାକୁ ଥିବା ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚା ମହାଧିବେଶନରେ ଶାହ ଯୋଗ ଦେବାର କାଯ୍ୟର୍କ୍ରମ ରହିଛି ।

କଟକ ସାଲେପୁରରେ ବିଜେପିର କାର‌୍ୟ୍ୟକର୍ତ୍ତା ସମ୍ମିଳନୀ। ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ୪ଟି ଲୋକସଭା କ୍ଷେତ୍ର କଟକ, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡ଼ାର ବୁଥ୍ ସଭାପତି,ବୁଥ୍ ପ୍ରଭାରୀ, ମଣ୍ଡଳ ସଭାପତି ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ୪ଟି ଯାକ ଲୋକସଭା କ୍ଷେତ୍ର ବିଜେଡିର ଗଡ଼। ଏଠାରେ ବିଜେପିର କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି । ତେଣୁ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ କିଭଳି ବିଜେପି ଭଲ ପ୍ରଦର୍ଶନ କରିବ ସେନେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହ। ପରବର୍ତ୍ତୀ ସମୟରେ ଅନ୍ୟ ସଂସଦୀୟ କ୍ଷେତ୍ରରେ ବି କାର‌୍ୟ୍ୟକର୍ତ୍ତା ସମ୍ମିଳନୀ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।