Odia News Portal

ରବିବାର ବିଜେପିରେ ମିଶିବେ ବିଜୟ ?

ବିଜୟ ମହାପାତ୍ର ଆସନ୍ତାକାଲି ପୁଣି ବିଜେପିରେ ମିଶୁଥିବା ଜଣାପଡିଛି । ବିଜୟ ତାଙ୍କ ସହିତ ଦିଲ୍ଲୀପ ରାୟଙ୍କୁ ମଧ୍ୟ ବିଜେପିକୁ ଟାଣିବା ଚକରରେ ଅଛନ୍ତି । କଂଗ୍ରେସ ମୂହାଁ ଧରିଥିବା କନ୍ଧମାଳ ଏମପି ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବିଜେପିକୁ ଟାଣିନେବାରେ ସଫଳ ହେବା ପରେ ବିଜୟ ଓ ଦିଲ୍ଲୀଙ୍କୁ ବିଜେପିକୁ ଫେରାଇ ଆଣିବା ଅଭିଯାନ ଆରମ୍ଭ ହୋଇଛି । କିଛିଦିନ ତଳେ ବିଜୟ ଓ ଦିଲ୍ଲୀପ ଏକା ଦିନେ ବିଜେପି ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଦଳରୁ ଇସ୍ତଫା ଦେଇଥିଲେ ଏବଂ ସେମାନେ ସାଙ୍ଗ ହୋଇ ବିଜେଡିରେ ମିଶିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲୋ । ମାତ୍ର ତାହା ସଫଳ ହୋଇନଥିଲା । ଏହି ପରିସ୍ଥିତିର ସୁଯୋଗ ନେଇ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳର ନେତା କେଭି ସିଂଦେଓ ବିଜୟଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ଖୁବ ସମ୍ଭବତଃ ଆସନ୍ତାକାଲି ଏହି ମିଶ୍ରଶ ପର୍ବ ଅନୁÂିତ ହୋଇପାରେ ।