ଜଗତସିଂହପୁର: ଠାରେ ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପରେ ସ୍ଥାନୀୟ ସୁବର୍ଣ୍ଣ ବରାହୀ ମନ୍ଦିର ପରିସରରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇ ବିଜେଡି ସରକାରର ବିଭିନ୍ନ ଜନହିତକର କାର୍ଯ୍ୟ ବାବଦରେ ଆଲୋକପାତ କରିବାସହ ଆଗାମୀ ନିର୍ବାଚନରେ ଦଳକୁ କିପରି ଅଧିକ ମଜବୁତ କରାଯିବ ସେ ବାବଦରେ କର୍ମକର୍ତ୍ତାମାନେ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିସହିତ ଅନେକ ବିଜେପି ଓ କଂଗ୍ରେସ ନେତା ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ । ରାଲି ଏବଂ ସଭାସ୍ଥଳରେ ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ ।