Odia News Portal

ଭୋଟରଙ୍କୁ ପ୍ରଭାବିତ କରିବାକୁ ଟାଙ୍କା ବାଣ୍ଟୁଛନ୍ତି ବୈଜୟନ୍ତଙ୍କ ସହକାରୀ

ଭୁବନେଶ୍ବର () କେନ୍ଦ୍ରାପଡା ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଚାରି ଜଣ ସହଯୋଗୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟାଙ୍କା ବାଣ୍ଟୁଛନ୍ତି । ଏହି ଚାରିଜଣ ସହଯୋଗୀ ଓ ସେମାନଙ୍କ ମୋବାଇଲକୁ ସର୍ଭେଇଲାନ୍ସରେ ରଖି ସେମାନଙ୍କ ନିର୍ବାଚନମଣ୍ଡଳୀରୁ ବାହାର କରିବାକୁ ବିଜେଡି ଦାବି କରିଛି । ଏନେଇ ବିଜେଡିର ଏକ ପ୍ରତିନିଧି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛି ।

ବୈଜୟନ୍ତଙ୍କ ଚାରି ଜଣ ସହଯୋଗୀ ବିଶ୍ବଜିତ, ଦୀପକ ପଣ୍ଡା, ଜ୍ୟୋତି ଘୋଷ ଓ ଏକ.କେ ଦାସ କେନ୍ଦ୍ରାପଡାରେ ଭୋଟରଙ୍କୁ ବ୍ୟାପକ କଳା ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ କେନ୍ଦ୍ରାପଡାର ବଉଳା ବିହାର କାର୍ଯ୍ୟାଳୟରୁ ଅପରେଟ କରୁଥିବା ବିଜେଡି ଅଭିଯୋଗ କରିଛି । ତେଣୁ ବୈଜୟନ୍ତଙ୍କ ଏହି ସହଯୋଗୀମାନଙ୍କୁ ଭିଡିଓ ସର୍ଭେଇଲାନ୍ସରେ ରଖିବା ସହ ସେମାନଙ୍କ ମୋବାଇଲ ନମ୍ବରକୁ ମଧ୍ୟ ସର୍ଭେଇଲାନ୍ସରେ ରଖିବାକୁ ବିଜେଡି ଦାବି କରିଛି । ସେମାନଙ୍କୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବାହାରକୁ ବାହାର କରିବାକୁ ମଧ୍ୟ ଦାବି କରାଯାଇଛି । କାରଣ ବୈଜୟନ୍ତଙ୍କ ଏହି ସହଯୋଗୀମାନେ ନିର୍ବାଚନର ସ୍ବଚ୍ଛତା ଓ ପବିତ୍ରତାକୁ ନଷ୍ଟ କରୁଥିବା ବିଜେଡି ଅଭିଯୋଗ କରିଛି ।