ଭୁବନେଶ୍ବର () ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଲୋକସଭା ଓ 7ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଢେଙ୍କାନାଳ ଲୋକସଭାରୁ ମହେଶ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି ।
ସେହିଭଳି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଭୁବନେଶ୍ବର ମଧ୍ୟରୁ, ଭୁବନେଶ୍ବର ଉତ୍ତରରୁ ସୁଶାନ୍ତ ରାଉତ, ଖଣ୍ଡପଡାରୁ ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ପାଲଲହଡାରୁ ମୁକେଶ ପାଳ, କୋରେଇରୁ ଅଶୋକ ବଳ ଏବଂ ଆଠମଲ୍ଲିକରୁ ରମେଶ ସାଏ ପ୍ରାର୍ଥୀ ହୋଇଛନ୍ତି ।
ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଆଠମଲ୍ଲିକ ବିଧାୟକ ସଂଜୀବ କୁମାର ସାହୁ, ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀଙ୍କୁ ଏଥର ଦଳ ପ୍ରାର୍ଥୀ କରିନି । ଆଜି ଘୋଷଣା ହୋଇଥିବା ଦୁଇଟି ଯାକ ଲୋକସଭା ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିବା ବେଳେ ବିଧାନସଭା କ୍ଷେତ୍ରରେ ମଧ୍ୟ 6ଟି ସ୍ଥାନରେ ନୂଆ ମୁହଁ ଦିଆଯାଇଛି । ପାଲଲହଡା ବିଧାୟକ ମହେଶ ସାହୁଙ୍କୁ ଢେଙ୍କାନାଳ ଲୋକସଭାରୁ ପ୍ରାର୍ଥୀ କରାଯାଇଛି ।
ତେବେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଚମ୍ପୁଆ ଓ ବାରିପଦା ଏବଂ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇନି ।