ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ପଂଚାୟତ ସ୍ତରରେ ପହଂଚାଇବା ପାଇଁ ପଦଯାତ୍ରା ଆରମ୍ଭ ହୋଇଛି ।
ଏହି ଅବସରରେ ଉତ୍ତର ଭୁବନେଶ୍ୱରର ୧ନଂ ୱାର୍ଡ ଠାରୁ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଜନ ସଂପର୍କ ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଚିରଗାଲଟୋଲା ଫୁଟବଲ୍ ପଡିଆଠାରୁ ୨୦୦୦ରୁ ଉଦ୍ଧ୍ୱର୍ କର୍ମୀ ୱାର୍ଡ ପରିକ୍ରମା କରି ଲୋକମାନଙ୍କୁ ନବୀନ ସ୍ୱଚ୍ଛ ଶାସନ ସମ୍ବନ୍ଧରେ କହିଥିଲେ । ପ୍ରଶାନ୍ତ ବିହାରଠାରେ ସମସ୍ତେ ପହଂଚାଇବାପରେ ସଭା ଅନୁଷ୍ଠିତ ହୋଇଥିଲା ।
ବିଜେଡି ଯୁବ ଉପସଭାପତି ମିହିର ରାଉୁତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅରୁପ ପଟ୍ଟନାୟକ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜିଲ୍ଲା ସଂଗଠନ ସଭାପତି ଅମରେଶ ଜେନା, କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର, ଛାତ୍ର ସଭାପତି କଳ୍ପତରୁ ଓଝା, ରାଜ୍ୟ ସଂପାଦକ ଦୁର୍ଗା ସାମନ୍ତରାୟ, ଯୁବ ସଭାପତି ଅମରଜିତ୍ ସେନାପତି, ମହିଳା ସଭାପତି ଭାରତୀ ସିଂ, ଜିଲ୍ଲା ପରିଷଦ କୁନାଲ ରାଉତ, ୧ନଂ ୱାର୍ଡ ପୂର୍ବତନ କର୍ପୋରେଟର ହରିଶ ମୁର୍ମୁଙ୍କ ସହିତ ସମସ୍ତ କର୍ପୋରେଟର୍, ସରପଂଚ, ସମିତି ସଭ୍ୟ ସହିତ ବହୁ ଜନସାଧାରଣ ଉପସ୍ଥିତତ ଥିଲେ ।