Odia News Portal

ମହାନଦୀ ବିବାଦରେ ବିଜେପି-କଂଗ୍ରେସ ଆଭିମୁଖ୍ୟ ଏକ

ଭୁବନେଶ୍ୱର () ମହାନଦୀ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ଚିନ୍ତାଧାରା ସମାନ । ଉଭୟ ଓଡିଶା ବିରୋଧୀ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ବ୍ୟାରେଜ ନିର୍ମାଣ କରୁଥିବା ବେଳେ ରାଜ୍ୟ ବିଜେପି ଯେଭଳି ଆଭିମୁଖ୍ୟ ରଖିଥିଲା ଏବେ କଂଗ୍ରେସ ସେଇ ଆଭିମୁଖ୍ୟକୁ ଓହ୍ଲାଇଛି । ବେଆଇନ ବ୍ୟାରେଜ ନିର୍ମାଣ ବନ୍ଦ କରିବା ପରିବର୍ତ୍ତେ ଛତିଶଗଡ଼ ମନ୍ତ୍ରୀ ଟି.ଏସ. ସିଂହଦେଓ ଏଠି ପୁଣି ରାଜନୀତି ଆରମ୍ଭ କଲେଣି । ବିଜେପି ପରି ସେ ବି କହିଲେଣି ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ମହାନଦୀ ସମସ୍ୟାର ସମାଧାନ ହୋଇଯିବ । ଉଭୟ କଂଗ୍ରେସ ଓ ବିଜେପି ଓଡ଼ିଶାବାସୀଙ୍କୁ ଏମିତି ପ୍ରତାରଣା କରିବା ଦୁର୍ଭାଗ୍ୟଜନକ । ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ସେମାନଙ୍କୁ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ସେହିଭଳି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଯେଉଁଭଳି ବିବୃତ୍ତି ଦେଇଛନ୍ତି ତାର ମଧ୍ୟ କଡା ଜବାବ ଦେଇଛନ୍ତି । ଧର୍ମେନ୍ଦ୍ର ବାବୁ ଜଣେ ଅଭ୍ୟାସଗତ ମିଛୁଆ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ । ଏବେ ସେ ପ୍ରତୁଶ୍ରୁତି କୁଆଡେଗଲା ଗଲା ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । ଚାଷୀଙ୍କ ଆୟ ଦେଢ଼ଗୁଣା କରିବାର ପ୍ରତିଶ୍ରୁତି କୁଆଡେଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଧାନର ଏମଏସ୍ପି ବୃଦ୍ଧିଦାବୀ ଦିଲ୍ଲୀରେ ଦବିଗଲା କାହିଁକି । ଲୋକଅୟୁକ୍ତ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଉଥିବା କେନ୍ଦ୍ର ମନ୍ଦ୍ରୀ ଗତ 5 ବର୍ଷ ମଧ୍ୟରେ ଜାତୀୟ ସ୍ତରରେ କେତେ ଲୋକପାଳ ନିଯୁକ୍ତ କରିଛନ୍ତି ବୋଲି ବିଜେଡି ସାଧାରଣ ସମ୍ପଦକ ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।