Odia News Portal

ବଲାଙ୍ଗିିରରେ କଂଗ୍ରେସର ଜନଜାଗରଣ ସମାବେଶ

ବଲାଙ୍ଗିର: କଂଗ୍ରେସର ଜନଜାଗରଣ ସମାବେଶ। କୃଷି ଋଣ ଛାଡ, ଚାଷୀଙ୍କୁ ପେନସନ୍‌ ଓ ବେକାରୀଙ୍କୁ କର୍ମ ନିଯୁକ୍ତି ଦାବିରେ କଂଗ୍ରେସ ପକ୍ଷରୁ ଏହି ସମାବେଶ କରାଯାଉଛି। ବଲାଙ୍ଗିିର କୋଶଳ କଳାମଣ୍ଡପ ପଡିଆରେ ଏହାର ଆୟୋଜନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ନବ ଦାସ ପ୍ରମୁଖ ସମାବେଶରେ ଉପସ୍ଥିତ ରହିବେ । ପଶ୍ଚିମ ଓଡ଼ିଶାରେ କଂଗ୍ରେସର ସ୍ଥିତ ମଜବୁତ କରିବାକୁ ଏହି ସମାବେଶର ଆୟୋଜନ କରାଯାଉଛି।