Odia News Portal

ସେବକଙ୍କ ଦାନା ପାଣି ବୁଡାଇବେ ଚଣ୍ଡାଶୋକ

ଭୁବନେଶ୍ୱର ()   ଲିଙ୍ଗରାଜଙ୍କ ସେବକ ହୋଇ ସେବା ପୂଜାରୁ ଦୂରେଇ ରହିଲେ । ଭାଇ ବିରାଦିରୀଙ୍କ ସାଙ୍ଗେ ରହିଲେ ନାହିଁ । ପରେ ସେବାନୀତି ବିକି ଦେଲେ । ସେତିକିରେ ମନ ନବୁଝିବାରୁ ଦୁଇ ସେବାୟତଙ୍କ ମଧ୍ୟରେ ଯୁଦ୍ଧ ଲଗାଇଦେଲେ । ଏବେ ନିଜ ବିରାଦିରୀର କିଛି ସେବକଙ୍କୁ ଲିଙ୍ଗରାଜଙ୍କ ଆଖପାଖରୁ ତଡିବାପାଇଁ ଯୋଜନା କରୁଥିବା ସୁରାକ ମିଳିଲାଣି । ଏଭଳି ଯୋଜନା କରୁଛନ୍ତି ନିଜ ଭିଟାମାଟିରେ ବିଧର୍ମୀ ଆଖ୍ୟା ପାଇଥିବା ଚଣ୍ଡା ଶୋକ । ପୁରୀ ଢାଞ୍ଚାରେ ଲିଙ୍ଗରାଜ
ମନ୍ଦିର ଚାରିପଟୁ ଭାଙ୍ଗିବାପାଇଁ ଗୋଟି ଚାଳନା ଆରମ୍ଭ ହୋଇଛି । ଯଦି ଏହା ହୁଏ ତେବେ ବହୁ ସେବାୟତଙ୍କ ଜୀବନ ଜୀବିକା ଉପରେ ପ୍ରଶ୍ନଚିହ୍ନ ଲାଗିଯିବ । ସେମାନଙ୍କ ବାପ ଅଜା କାଳର ବେଉସା ଉଜୁଡିଯିବ । ତେଣୁ ଯେମିତି ହେଲେ ସୁରକ୍ଷା ଓ ସଂସ୍କାର ନାଁରେ କିଛି ସେବାୟତଙ୍କୁ ପାନେ ଦେବାପାଇଁ ଏବେ ଚଣ୍ଡାଶୋକ ଲାଗି ପଡିଛନ୍ତି ।

କିଛିଦିନ ତଳେ ଦୁଇ ସେବାୟତ ଗୋÂି ମଧ୍ୟରେ ଜମିବାଡିକୁ ନେଇ ଯେଉଁ ଗଣ୍ଡଗୋଳ ଚାଲିଥିଲା ତାହା ପଛରେ ବି ଚଣ୍ଡାଶୋକ ରହିଥିବା ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏହାର ସୁରାକ କିଛି ଯୁବ ସେବାୟତ ପାଇଲାପରେ ଚଣ୍ଡାଶୋକଙ୍କ ଗୁମର ଖୋଲିବାପାଇଁ ସଜବାଜ ହେଉଛନ୍ତି । ବେଳ କାଳ ଉଣ୍ଡି ପାନେ ଦେବାକୁ ବି କିଛି ଲାଗି ପଡିଲେଣି । ହେଲେ ଯଦି ଚଣ୍ଡାଶୋକଙ୍କ ବୁଦ୍ଧିରେ ପଡି କର୍ତ୍ତୃପକ୍ଷ ସେମାନଙ୍କ ଭିଟାମାଟି ଭାଙ୍ଗି ପେଟରେ ଲାତ ମାରନ୍ତି ତେବେ ପ୍ରଥମେ
ଚଣ୍ଡାଶୋକଙ୍କୁ ପାନେ ଦେବେ ବୋଲି କିଛି ସେବକ କହିଛନ୍ତି । ନାମ ପ୍ରକାଶ ନକରିବା ସର୍ତ୍ତରେ ଦୁଇଜଣ ସେବକ କହିଛନ୍ତି ଯେ ଲିଙ୍ଗରାଜଙ୍କ ପୂଜକ ହୋଇ ଯାବତୀୟ କୁକର୍ମରେ ମାତିଥିବା ଚଣ୍ଡାଶୋକ ବାସ୍ତବରେ କାହାର ନୁହନ୍ତି । ନିଜ ଭାଇ ବିରାଦିରୀର ତ ଦୂରରକଥା ନିଜ ପରିବାରର ବି ଶତ ପ୍ରତିଶତ ହୋଇପାରୁ ନାହାନ୍ତି । ଜମି ଖଣ୍ଡିଏ ପାଇଁ ସେ ଯେକୌଣସି ସ୍ତରକୁ ଯାଇପାରନ୍ତି । ରାଜଧାନୀର ପ୍ରାୟ ସବୁ ଅଞ୍ଚଳରେ ଜମି ପକେଇଛନ୍ତି । ଖଣ୍ଡଗିରି ଅଞ୍ଚଳରେ ଜଣେ ପୂର୍ବତନ କର୍ପୋରେଟରଙ୍କ ଦୟାରୁ ଏତେ ଜମି ପକାଇଛନ୍ତି ଯେ ତିନି ପୁରୁଷ ଖାଇଲେ ବି ସରିବନାହିଁ । ଜମି କିଣା ସମୟରେ ସେଠାକୁ ବାରମ୍ବାର ଯିବା ଆସିବା ଭିତରେ ଜଣେ ମହିଳାଙ୍କ ସହିତ ଲଟର ପଟର ହେବାରୁ ଅବଶ୍ୟ ସେଠାକୁ ଆଉ ଯାଉ ନାହାନ୍ତି । ଚଣ୍ଡାଶୋକଙ୍କ ଏଭଳି କାଣ୍ଡ ଦେଖି ସମ୍ପୃକ୍ତ କର୍ପୋରେଟର ଏବେ କିଛି ଜମି ମାଡି ବସିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।

ତେବେ ପ୍ରଭୁ ଲିଙ୍ଗରାଜ ସମ୍ପୂର୍ଣ୍ଣ ସୁରକ୍ଷିତ । ତାଙ୍କ ସୁରକ୍ଷାପାଇଁ ସେବାୟତମାନେ ଜୀବନ ଦେଇଦେବେ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ବି ଏହାର ସୁରକ୍ଷା ଦାୟିତ୍ୱରେ ଅଛି । ହେଲେ କୁଆଡୁ କିଛି ନଥାଇ ଯଦି ସେବାୟତଙ୍କ ଘରଦ୍ୱାର ଉଜାଡିବାପାଇଁ ଚଣ୍ଡାଶୋକ ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ । ରାଜନୀତି ଦଳରେ ହୋଇପାରେ ା ହେଲେ ନିଜ ଭାଇ ବିରାଦିରୀଙ୍କ ସହିତ ରାଜନୀତି କରି କେହି କେବେ ତିÂି ନାହିଁ କି ଚଣ୍ଡାଶୋକ ବି ତିÂିପାରିବେ ନାହିଁ ବୋଲି କିଛି ସେବାୟତ ରୋକଠୋକ୍‍ କହିଛନ୍ତି । ତେଣୁ ଜମି କିଣା ନିଶା ଓ ବିରୋଧିଙ୍କ ସହିତ ହାତ ମିଳାଇ ନିଜ ଦଳକୁ କ୍ଷତି କରିବା କାମରେ ଲାଗିଥିବା ଚଣ୍ଡାଶୋକ ଯଦି ସେବାୟତଙ୍କ ବିରୁଦ୍ଧରେ ଲାଗିବେ ତେବେ ପରିଣାମ ଭୟଙ୍କର ହେବବୋଲି ବି ଚେତାବନୀ ଦେଇଛନ୍ତି ।