Odia News Portal

ପଦ୍ମ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ

ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିର ଯୋଗ ଦେଇଛନ୍ତି ଅର୍ଜୁନ । କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଯୋଗଦେଲେ । ଭଦ୍ରକ ଲୋକସଭା ଆସନରୁ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ଅର୍ଜୁନ । ଭଦ୍ରକ ଲୋକସଭା ଆସନରୁ ସେ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ଭଦ୍ରକ ଲୋକସଭା ଆସନରୁ ବିଜେଡି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅର୍ଜୁନ ସେଠୀ ଅସନ୍ତୁଷ୍ଟ ଥିଲେ ।

ଅର୍ଜୁନ ସେଠୀ ୮ ଥର ସାଂସଦ ଏବଂ ୨ ଥର ବିଧାୟକ ରହିଥିଲେ । ବାର୍ଦ୍ଧକ୍ୟଜନିତ କାରଣରୁ ଚଳିତ ଥର ସେ ନିର୍ବାଚନକୁ ନଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେ କହିଥିଲେ ଚଳିତ ଥର ମଧ୍ୟ ସେ ନିର୍ବାଚନ ଲଢିବେ । ଚଳିତ ଥର ଭଦ୍ରକ ଲୋକସଭାରୁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡି ଟିକେଟ୍ ପାଇବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଦଳ ସୁପ୍ରିମୋ ମୁକ୍ତିକାନ୍ତଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛନ୍ତି । ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ଆଜି ଦଳ ଛାଡିଛନ୍ତି ।