ନୟାଗଡ଼ () ତୃତୀୟ ପର୍ୟ୍ୟାୟ ପାଇଁ ମାରାଥନ ପ୍ରଚାର କରୁଛନ୍ତି ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନୟାଗଡର ରଣପୁର ଜନସଭାକୁ ସମ୍ବୋଧିତ କରିିଛନ୍ତି । ଜୟ ଜଗନ୍ନାଥ କହି ଉଦବୋଧନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନୟାଗଡ଼ ରଣପୁରରେ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ ।
ନବୀନ କହିଛନ୍ତି ଫାଇଲିନ, ହୁଡହୁଡ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖାମିଳିଲାନି । ଆଉ ଏବେ ନିର୍ବାଚନ ସମୟରେ ସେମାନଙ୍କର ଦେଖା ମିଳୁଛି ବୋଲି କହିଲେ ନବୀନ ।
ଅନ୍ୟପଟେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା । ୨ଟି କିସ୍ତିର ୧୦ ହଜାର ଟଙ୍କା ମିଳିବ । ନବୀନ କହିଛନ୍ତି ବିଜେଡି ସରକାର ଚାଷୀ, ଗରିବ, ଶ୍ରମିକଙ୍କ ସରକାର, ‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମହିଳାଙ୍କ ହକ ପାଇଁ ଲଢୁଛି ବିଜେଡି । ଶେଷ ନିଶ୍ୱାସ ପର୍ୟ୍ୟନ୍ତ ଓଡ଼ିଶାର ସେବା କରିବି । ସେହିପରି ମା’ ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି ବିଜେଡି କହିଛନ୍ତି । ମା’ ମାନଙ୍କ ପାଇଁ ବିଜେଡି ବହୁ ଯୋଜନା କରିଛି । ଏହାସହ ନିର୍ବାଚନୀ ସଭାରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଜନତାଙ୍କ ଉଦ୍ଦେଶ୍ୟରେ ଅନୁରୋଧ କଲେ ।