Odia News Portal

ପ୍ରକାଶଙ୍କୁ ସିଲଟ ଧରାଇ ନିଜ ଜାଲରେ ଫସୁଛି ପୋଲିସ୍‍ 

ଭୁବନେଶ୍ୱର : ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ସହିଦନଗର ଥାନା ଗଣ୍ଡଗୋଳ ଘଟଣାରେ ସିଲଟ ଧରାଇ କମିଶନରେଟ ପୁଲିସ୍‍ ଏବେ ହରଡଘଣାରେ । ବିଭିନ୍ନ ଛାତ୍ରସଂଘ ଏହି ଘଟଣାରେ ପ୍ରତିବାଦ ଆରମ୍ଭ କରିଥିବାବେଳେ ଭାବମୂର୍ତ୍ତି ରକ୍ଷାଲାଗି ପୁଲିସ୍‍ ଦେଉଥିବା ବୟାନ ଏବେ ତାହାପାଇଁ ବୁମେରାଂ ହେବାରେ ଲାଗିଛି ।
ସହିଦନଗର ଥାନା ଗଣ୍ଡଗୋଳ ଘଟଣାରେ ପ୍ରକାଶଙ୍କୁ ମୁଖ୍ୟ ଅଭିଯୁକ୍ତ ସଜାଇଥିବା ପୁଲିସ୍‍ ପରବର୍ତ୍ତୀ ସମୟରେ ତାଙ୍କୁ ଥାନାରେ ସିଲଟ ଧରାଇ ଗଣମା୍ମମକୁ ଦେଇଥିଲା । ପ୍ରକାଶ ଆତ୍ମସମର୍ପଣ କରିଥିଲେ ବି ବିରୋଧିଦଳଙ୍କ ଚାପରେ ପୁଲିସ୍‍ ତାଙ୍କୁ ଗିର‘ କରିଥିବା ଦର୍ଶାଇ ଫେରାର ଦୁର୍ଦ୍ଦାନ୍ତ ଅପରାଧି ଭଳି ଆଚରଣ କରିଥିଲା । ଥାନା ଭିତରେ ସିଲଟ ଧରାଇ ଛିଡା କରାଇବା ସହିତ ଗଣମା୍ମମରେ ଯେଭଳି ଏହି ଫଟୋର ବହୁଳ ପ୍ରସାର ହେବ ତାହାର ବନ୍ଦୋବସ୍ତ କରିଥିଲା ।
ରାଜଧାନୀରେ ଚେନ୍‍ ଲୁଟେରାଙ୍କୁ ଧରିପାରୁ ନଥିବା ଓ ରାଜରାସ୍ତାରେ ପୁଲିସ୍‍ ପରିବାରର ପିଲାଙ୍କ ଠାରୁ ମାଡ ଖାଇ ଚୁପ୍‍ ରହୁଥିବା କମିଶନରେଟ ପୁଲିସ୍‍ର ପ୍ରକାଶଙ୍କ ପ୍ରତି ଏଭଳି ଆଚରଣକୁ ଏବେ ବହୁ ଛାତ୍ରସଂଘ ବିରୋଧ ଆରମ୍ଭ କରିଛନ୍ତି । ସେମାନଙ୍କର ଯୁକ୍ତି ହେଉଛି ଯେ ବିରୋଧି ବିଜେପି ଓ କଂଗ୍ରେସ ଚାପରେ ପୁଲିସ୍‍ ଏଭଳି ଆଚରଣ କରିଛି । ଯଦି ପ୍ରକାଶ ସିଲଟ ଧରିଲେ ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରକୁ ଗୋବର ଫିଙ୍ଗିଥିବା, ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାରିଥିବା ଅଭିଯୁକ୍ତଙ୍କୁ ପୁଲିସ୍‍ ଗିରଫ କରିବାରେ ସିଲଟ ଧରାଇ ନଥିଲା କାହିଁକି ?
ନିଜେ କରିଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାପାଇଁ ପୁଲିସ୍‍ ଏବେ କହୁଛି ଯେ ପ୍ରକାଶଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି ଓ ସେହି ଅନୁଯାୟୀ ଦଫା ବି ଲଗାଇଛି । ତେବେ ପୁଲିସ୍‍ ସ୍ପଷ୍ଟ କରିବା ଦରକାର ଏକାଧିକ ଅପରାଧରେ ଜଡିତ ଜଣେ ଛାତ୍ରନେତାଙ୍କୁ ଗିରଫ ନକରି ତାଙ୍କ କାନ୍ଧରେ ହାତ ପକାଇ ପୁଲିସ୍‍ ବାବୁମାନେ ବୁଲୁଥିଲେ କିଭଳି ? ଏତେ ସଂଖ୍ୟାରେ ଅପରାଧ କରିବାପାଇଁ ତାଙ୍କୁ ସୁଯୋଗ ଦେଲା କିଏ ? କିଛି ଛାତ୍ରନେତାଙ୍କ ଏଭଳି ପ୍ରଶ୍ନରେ ଏବେ ପୁଲିସ୍‍ ଘାଇଲା ହୋଇଛି । ତେବେ ଏହି ଘଟଣାରେ ଗତକାଲି ସାମ୍ବାଦିକ ସମ୍ମିଳନୀ ଡାକି ପ୍ରତିବାଦ କରିଥିବା ଛାତ୍ରମାନେ ଆଗାମୀ ଦିନରେ ମାନବ ଅଧିକାର କମିଶନ ଓ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବାକୁ ଯୋଜନା ଚଳାଇଛନ୍ତି ।
ସବୁଠାରୁ ବଡ କଥାଟି ହେଉଛି ଛାତ୍ର ବିଜେଡିର ଉପସଭାପତି ଓ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତିଙ୍କୁ ଯେଉଁ ବିଜେଡି ନେତାମାନେ ବ୍ୟବହାର କରୁଥିଲେ ସେମାନେ ଏବେ ପାଟିରେ ତୁଣ୍ଡି ବାନ୍ଧିଛନ୍ତି । ପୁଲିସ୍‍କୁ ପ୍ରଶ୍ନ କରିବା ତ ଦୂରରକଥା ଏହି ଘଟଣାରେ ଲୁଚିବା ଆରମ୍ଭ କରିଛନ୍ତି । ଏହାର ପ୍ରଭାବ ଆଗାମୀ ଦିନରେ ବିଜୁ ଛାତ୍ର ଜନତାଦଳ ଉପରେ ପଡିବ ବୋଲି କେତେକ ଛାତ୍ରନେତା ଆଶଙ୍କା କରୁଛନ୍ତି । କାରଣ ଯଦି ବିଜେଡିର ଛାତ୍ରନେତାଙ୍କୁ ଗଣ୍ଡଗୋଳ ଘଟଣାରେ ସିଲଟ ଧରାଗଲେ ବି ଦଳ ସୁରକ୍ଷା ଦେଇପାରୁ ନାହିଁ ତେବେ ଏ ଦଳରେ କେହି ଆଉ ନିଜକୁ ଆଉ ସୁରକ୍ଷିତ ମଣିବେ ନାହିଁ । ତେବେ ସେ ଯାହା ହେଉ ନା କାହିଁକି ପ୍ରକାଶଙ୍କ ଘଟଣାରେ ପୁଲିସ୍‍ ଏବେ ନିଜ ଜାଲରେ ଫସିବା ସହିତ କିଛି ତଳିଆ କର୍ମଚାରୀଙ୍କ ଯୋଗୁଁ ବିଭାଗର ବଡ ବାବୁମାନେ ବି ଅଡୁଆରେ ପଡିଥିବା ଲକ୍ଷ୍ୟ କରାଯାଉଛି ।