ଭୁବନେଶ୍ବର: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ପକ୍ଷରୁ କରାଯାଇଥିଲା ଋଣଛାଡ଼ ପ୍ରତିଶ୍ରୁତି। ତେବେ ଏହା ୧ ରାଜ୍ୟରେ ପୂରଣ ହେଇଛ ଆଉ ୨ ରାଜ୍ୟ ଚାଷୀ ଚାହିଁ ବସିଛନ୍ତି। ୩ ରାଜ୍ୟରେ ସରକାର ଗଠନ ପ୍ରକିୟା ପରେ ନୂଆ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ହିତ ପାଇଁ କରିଥିବା ପ୍ରତିଶ୍ରୁତି ପୂରଣ କରୁଛନ୍ତି ନା ପାଣିର ଗାର ଭଳି ଏହାକୁ ଭୁଲିଯାଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଚାଷୀ । ରାଜସ୍ଥାନରେ ଚାଷୀଙ୍କ ଋଣଛାଡ଼ ପାଇଁ ୯୦ ହଜାର କୋଟି ଟଙ୍କା ଆବଶ୍ୟକ ଥିବାବେଳେ ମଧ୍ୟପ୍ରଦେଶରେ ୫୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ସେହିପରି ଛତିଶଗଡ଼ରେ ଏହାଠାରୁ କମ୍ ଟଙ୍କାର ଆବଶ୍ୟକ ଅଛି। କଂଗ୍ରେସ ଏତେ ପରିମାଣର ଟଙ୍କା କେଉଁଠୁ ଯୋଗାଡ଼ କରିବ ସେନେଇ ବିରୋଧୀ ଚର୍ଚ୍ଚା ଜାରି ରଖିଛନ୍ତି। କଂଗ୍ରେସ ଏଥିରେ ସଫଳ ରହିଲେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଅଧିକ ଆସନରେ ଜିତିବା ସହଜ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।