Odia News Portal

ମହିଳା କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱରରେ କଂଗ୍ରେସର ମହିଳା ସ୍ୱାଭିମାନ ସଂକଳ୍ପ ସମାବେଶ । ଏଥିରେ ଜାତୀୟ ମହିଳା କଂଗ୍ରେସର ସଭାନେତ୍ରୀଙ୍କ ସମେତ ରାଜ୍ୟ କଂଗ୍ରେସର ମହିଳା ନେତ୍ରୀମାନେ ସାମିଲ ହୋଇ ମହିଳା ଅଧିକାର ସମ୍ପର୍କରେ କହିଛନ୍ତି । ଏଥିରେ ମହିଳାମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମହିଳାଙ୍କ କଥା କେବଳ କଂଗ୍ରେସ ହିଁ ଚିନ୍ତା କରୁଛି ।
ତେବେ ଏହି ଅବସରରେ ମୋଦି ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳକୁ ସୁଦୃଢ କରିବା ପାଇଁ କଂଗ୍ରେସ କର୍ମୀ ବିଶେଷ କରି ମହିଳାମାନେ ତଳସ୍ତରରେ କାମ କରିବାକୁ ସେ ଅପିଲ କରିଛନ୍ତି । ମହିଳା ସ୍ୱାଭିମାନ ସଂକଳ୍ପ ସମାବେଶରେ ବିଶେଷ କରି ମହିଳାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ସମାବେଶରେ ଜାତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଯୋଗ ଦେଇଥିଲେ । ଏହା ସହ ରାଜ୍ୟ କଂଗ୍ରେସର ମହିଳା ନେତ୍ରୀମାନେ ମଧ୍ୟ ଏହି ସମାବେଶରେ ସାମିଲ ହୋଇଛନ୍ତି ।