Odia News Portal

ବିଜେଡି ପାଇଁ ପ୍ରଚାର କରିବେ ଦାମ

ଭୁବନେଶ୍ବର() ଶେଷରେ ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଳାଇବେ ବରିଷ୍ଠ ରାଜନେତା ଦାମ ରାଉତ। ବିଜେଡି ପାଇଁ ପ୍ରଚାର କରିବେ ଦାମ ରାଉତ। ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦାମ ପ୍ରଚାର କରିବେ। ବହୁ ବାଦ ବିବାଦ ପରେ ବିଜେଡି ଲାଗି ସେ ପ୍ରଚାର କରିବେ।

ଏହି ପରିପ୍ରେକ୍ଷୀରେ ଦାମ କହିଛନ୍ତି ଯେ, ଶାସକ ଦଳ ହିଁ ତିର୍ତ୍ତୋଲର ବିକାଶ କରିପାରିବ । ସ୍ଥାନୀୟ ନେତା ହୋଇଥିବାରୁ ତିର୍ତ୍ତୋଲ ଯାଇ ସାଧାରଣ ଲୋକଙ୍କୁ ଭେଟିବି । ଖାଲି ସେତିକି ନୁହେଁ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ଭୋଟ ଦେବାକୁ ଲୋକଙ୍କୁ କହିବି ବୋଲି ଦାମୋଦାର ରାଉତ କହିଛନ୍ତି ।

ସୂଚନା ଥାଉକି, ବିଜେଡି ଛାଡି, ବିଜେପିରେ ଦାମ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଣି ପଦ୍ମ ଛାଡି ସଂକ୍ରିୟ ରାଜନୀତିରୁ ଟିକେ ଦୂରେଇ ଯାଇଥିଲେ। ପୁଣି ବିଜେଡି ପାଇଁ ପ୍ରଚାର କରିବେ ବୋଲି ଦାମ ଅଣ୍ଟା ଭିଡିଛନ୍ତି।