Odia News Portal

ରାଜନୀତିରୁ ସନ୍ନ୍ୟାସ ନେଲେ ଦାମ

ଭୁବନେଶ୍ବର () ପ୍ରତ୍ୟେକ୍ଷ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କଲେ ଦାମ ରାଉତ । ଏପରିକି ଅନେକ ଦିନ ହେବ ବରିଷ୍ଠ ନେତା ଦାମ ରାଉତଙ୍କୁ ନେଇ ବିଜେପି କ୍ୟାମ୍ପରେ କୁହୁଳୁଥିବା ଅସନ୍ତୋଷ ନେଇ ମୁହଁ ଖୋଲିଛନ୍ତି ଦାମ ରାଉତ ।

ବିଜେପି ବିରୋଧରେ ବିଷୋଦଗାର କରି ଦାମ କହିଲେ, ସାଧାରଣ ନିର୍ବାଚନ ପରେ ଦଳ ମୋତେ ଆଉ ଅବଶ୍ୟକତା କରୁନି । ଏପରିକି ପୂର୍ବରୁ ହେଲିକପ୍ଟରରେ ବୁଲାଇଲେ , ଏବେ ଅଲୋଡ଼ା କରିଦେଲେ ବୋଲି କହି ଦାମ ବିଜେପି ବିରୋଧରେ ବିଷ ଓଗାଳିଛନ୍ତି ।ଅନ୍ୟପଟେ ବିଜେପୁର ପାଇଁ ବିଜେପର ଷ୍ଟାର ପ୍ରଚାରକ ତାଲିକାରେ ଦାମ ରାଉତଙ୍କ ନାଁ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦାମ ଅଧିକ ଖପ୍ପା ହୋଇଯାଇ ବିଜେପି ବିରୋଧରେ ବିଷୋଦଗାର କରୁଥିବ ଦେଖିବାକୁ ମିଳିଛି ।
ଦାମ କହିଛନ୍ତି, ମୋ ପୂଅ ବିଧାୟକ ହୋଇଗଲାଣି ତେଣୁ ନିର୍ବାଚନ ଲଢ଼ିବାକୁ ମୋର ବଳ-ବୟସ କି ମାନସିକତା ଆଉ ନାହିଁ । ଏବଂ ହାତଗୋଡ଼ ଚଳୁଥିବା ଯାଏଁ ଲୋକଙ୍କ କାମ କରି ଚାଲିବି ।