Odia News Portal

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି…

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ହେଭିୱେଟ ନାମାଙ୍କନ। ଆସନ୍ତାକାଲି ଚତୁର୍ଥ ପର୍ୟ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ। ଆଜି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ବହୁ ହେଭିୱେଟ। ବାଲେଶ୍ୱର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ଯାଉଛନ୍ତି। ସେହିପରି ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ। ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଯାଇ ସେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ନିଆଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ବିଜେଡି ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ୍‌ । ମୟୂରଭଞ୍ଜ ବିଜେଡି ଲୋକସଭା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ବି ନାମାଙ୍କନ ଦାଖଲ କରୁଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପାଟକୁରା ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ୍‌। ଚତୁର୍ଥ ପର୍ୟ୍ୟାୟରେ ୬ ଲୋକସଭା ସହ ୪୨ ବିଧାନସଭା ପାଇଁ ଭୋଟଗ୍ରହଣ କରାଯିବ।