Odia News Portal

ଭୋଟ୍ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି କେନ୍ଦ୍ର: ନବୀନ

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋନପୁର ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଜାଲୋଏ ଏବଂ ସୋନପୁର ନିର୍ବାଚନ ମଣ୍ଡଳୀର ଶିଆଳିଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ନବୀନ । ଉଭୟ ସଭାରେ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇଛନ୍ତି ନବୀନ। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟ ସମୟରେ କେନ୍ଦ୍ରର କୌଣସି ନେତା ଓଡିଶାକୁ ଆସୁ ନାହାନ୍ତି । କିନ୍ତୁ ନିର୍ବାଚନ ସମୟ ହୋଇଥିବାରୁ ସେମାନେ ଭୋଟ୍ ମାଗିବାକୁ ଆସୁଛନ୍ତି ବୋଲି ନବୀନ କହିଛନ୍ତି। କେନ୍ଦ୍ର ସରକାର ମଧ୍ୟ କେବିକେ ଯୋଜନାର ଅର୍ଥ ବନ୍ଦ କରିଛନ୍ତି। ଭୋଟ୍ ପାଇଁ ଜନସାଧାରଣଙ୍କୁ ପ୍ରଭାବିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଛନ୍ତି।