Odia News Portal

ସାଢେ ୪ କୋଟି ଓଡିଆ ମୋ ପରିବାର: ନବୀନ

ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାଜ୍ୟର ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏହି ପର୍ୟ୍ୟାୟରେ ହେବାକୁ ଥିବା ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା, ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ ।

ଏହି କ୍ରମରେ ଆଜି ଆସ୍କା ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନୀ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚମଥର କ୍ଷମତାକୁ ଆସିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବଳ ଲଗାଇ ଦେଇଛନ୍ତି। ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ।

ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡସୋ । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରୋଡସୋ କରିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏବଂ ଲୋକଙ୍କ ଆର୍ଶାୀବାଦ କାମନା କରିଛନ୍ତି ।

ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାଜ୍ୟର ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏହା ଅଧିନରେ ଥିବା ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ । ଏହା ଅଧିନରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ୁଥିବା ହିଞ୍ଜିଳି ବିଧାନସଭା କ୍ଷେତ୍ର ରହିଛି ।