Odia News Portal

ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର() ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ।୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ୟ୍ୟନ୍ତ ଘୁଞ୍ଚା ଦିଆଯାଇଥିଲା। ଏହାପରେ ପ୍ରଦୀପ ମହାରଥୀ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ଚାଲି ଯାଇଥିଲେ। ମହାରଥୀଙ୍କ ଓକିଲ ଜାମିନ୍ ଆବେଦନ କରିଥିଲେ। ଅଦାଲତ ଏହାକୁ ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ମାଡ ଘଟଣାରେ ପ୍ରଦୀପଙ୍କୁ ଗିରଫ କରିଥିଲା ପୋଲିସ ।