Odia News Portal

ପିଲାଙ୍କୁ ପାଠ ପଢାଇଲେ ମନ୍ତ୍ରୀ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ନେତା ମନ୍ତ୍ରୀ ମାନିବାରେ ଲାଗିପଡିଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଯୋଡ଼ି ହେଉଛନ୍ତି । ସାଧାରଣ ଜୀବନ ଜାପନ ମଧ୍ୟ କରୁଛନ୍ତି ।

ଗତକାଲି ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ। ସେହି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଗଣିତ ଓ ଇଂରାଜୀ ପଢ଼ାଇଥିଲେ। ପାଠ ପଢ଼ାଇବା ସହିତ ସେ ପିଲାଙ୍କ ସହିତ ଭାବବିନମୟ ମଧ୍ୟ କରିଥିଲେ। ଏତ ସହିତ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ଏଥିପାଇଁ ସେ ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିଥିଲେ। ଆଉ ଏହା ଚର୍ଚ୍ଚାର ବିଷୟ ପାଲିଟିଛି।