ପୁଣି ବିଜେଡିକୁ ଫେରିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ଆସି ଦଳରେ ଯୋଗ ଦେଇଛନ୍ତି। ଜିତୁ ମିତ୍ରଙ୍କ ଯୋଗଦାନ ଫଳରେ ଦଳ ଆହୁରି ମଜବୁତ ହେବ ବୋଲି ନବୀନ କହିଛନ୍ତି। ଜିତୁ କହିଛନ୍ତି ବିଜୁ ଜନତା ଦଳ ମୋ ପୁରୁଣା ଘର। ଏବେ ମୁଁ ଘରକୁ ପେରିଲି।
ପ୍ରଥମେ ସେ ବିଜେଡିରେ ଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ତେବେ ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଜିତୁ ମିତ୍ର ।ବିଜେପି ଛାଡି ସେ ପୁଣି ବିଜେଡିରେ ସାମିଲ ହୋଇଛନ୍ତି । ଜିତୁ ବିଜେଡ଼ିକୁ ବଳ ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଉ ଏହାର ଭିତରେ ଟିକେଟ ପାଇଁ ଆରମ୍ଭ ହୋଇଯାଇଛି ନେତାଙ୍କ ଜୋରଦାର ଲଢେଇ ।