Odia News Portal

ନବୀନଙ୍କ ଫୋକସରେ ଚାଷୀଙ୍କ ଆୟ

ଭୁବନେଶ୍ୱର() ଚୂଡାନ୍ତ କୃଷିନୀତି ପୂର୍ବରୁ ପ୍ରକାଶ ପାଇଲା ଚିଠା କୃଷିନୀତି ୨୦୧୯ । ଏହି ଚିଠାରେ କାଳିଆ ଯୋଜନାକୁ ୫ବର୍ଷ ଯାଏଁ ରଖିବାକୁ ଉଲ୍ଲେକ କରାଯାଇଛି ।

କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା କୃଷିନୀତି ପ୍ରକାଶ କରାଯାଇଛି । ଏହି ଚିଠା କୃଷିନୀତିରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।କାଳିଆ ଯୋଜନକୁ ୫ବର୍ଷ ଯାଏଁ ଚାଲୁ ରଖିବାକୁ ଚିଠାରେ ପ୍ରସ୍ତାବ ଦିଆଯାଇଛି । ୧୭ଟି ଜିଲ୍ଲାରେ ଚାଷୀଙ୍କ ଆୟ ରାଜ୍ୟ ଅନୁପାତ ଠାରୁ କମ ରହିଛି ।ରାଜ୍ୟରେ ୪୮ପ୍ରତିଶତ ମହିଳା ଶ୍ରମିକ ରହିଥିବା ବେଳେ ୫ଲକ୍ଷ ଭୂମିହୀନ ମହିଳା ରହିଥିବା ଏହି ଚିଠାରେ ଉଲ୍ଲେଖ ରହିଛି ।

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ କାଳିଆ ଯୋଜନା ଏବଂ କୃଷି ଓ କୃଷକଙ୍କ ଆୟକୁ ଗୁରୁତ୍ୱ ରହିଛି ।