Odia News Portal

ନିଜ ସ୍ବାର୍ଥ ପାଇଁ କେନ୍ଦ୍ରାପଡା ସ୍ବାର୍ଥକୁ ବଳି ପକାଇଲେ ବୈଜୟନ୍ତ: ନବୀନ

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକଙ୍କ ଗହଣରେ ରୋଡ ସୋ କରି କେନ୍ଦ୍ରାପଡା ଜନସାଧାରଣଙ୍କୁ ନିଜ ମନ କଥା କହିଛନ୍ତି । କେନ୍ଦ୍ରାପଡାର ତିନିମୁହାଣୀ, ଗୁଲନଗର, ଇନ୍ଦୁପୁର, ଗୋଗୁଆ, ପଟ୍ଟାମୁଣ୍ତେଇ, ପାତ୍ରପୁର, ଆଳି, ରାଜକନିକା, ଓଳାଭର, ହରିପୁର, ସଫା, ଗୌଡଗାଁ, ବିଶ୍ବନକାନୀ, ବରପଦା, ଭଗତପୁର ଓ ଟାଙ୍ଗୀ ଆଦି ବିଭିନ୍ନ ସ୍ଥାନରେ ରୋଡ ସୋ କରି ସମବେତ ଜନସାଧାରଣଙ୍କୁ କହିଥିଲେ ଯେ, କେନ୍ଦ୍ରାପଡାର ବିକାଶ ଦାୟିତ୍ବ ଏଥର ସିଧାସଳଖ ମୁଁ ନିଜେ ଦେଖିବି ।

ଏହା ବିଜୁ ବାବୁଙ୍କ କର୍ମଭୂମି । ବିଜୁ ବାବୁ କେନ୍ଦ୍ରାପଡାବାସୀଙ୍କୁ ନିଜର ପରିବାର ଭଳି ଦେଖୁଥିଲେ । ସେ ସଂପର୍କ ଓ ଭାବ ଆଜି ମଧ୍ୟ ରହିଛି । ସେ ଜଣେ ଯୁବ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ କେନ୍ଦ୍ରାପଡାର ଦାୟିତ୍ବ ଦେଇଥିଲେ । ଭାବିଥିଲେ ସେ କେନ୍ଦ୍ରାପଡାର ବିକାଶକୁ ଆଗେଇ ନେବା ସହିତ କେନ୍ଦ୍ରାପଡାବାସୀଙ୍କ ସେବା କରିବେ । କେନ୍ଦ୍ରାପଡାବାସୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭରସାରେ ତାଙ୍କୁ ବିଶ୍ବାସ କରିଥିଲେ ଏବଂ ଦୁଇ ଦୁଇ ଥର ଲୋକସଭାକୁ ପଠାଇଥିଲେ । କିନ୍ତୁ ସେ ସମସ୍ତଙ୍କ ସହିତ ବିଶ୍ବାସଘାତକତା କଲେ । ନିଜ ସ୍ବାର୍ଥ ପାଇଁ କେନ୍ଦ୍ରାପଡା ସ୍ବାର୍ଥକୁ ବଳି ପକାଇଲେ । କେନ୍ଦ୍ରାପଡାବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ । କେନ୍ଦ୍ରାପବାସୀ ସ୍ବାଭିମାନୀ । କେନ୍ଦ୍ରାପଡା ସ୍ବାଭିମାନରେ ଆଞ୍ଚ ଆଣୁଥିବା ଲୋକଙ୍କୁ କଦାପି ବରଦାସ୍ତ କରିବେ ନାହିଁ ବୋଲି ସେ କହିଥିଲେ ।

ଏବେ ସେ ଜଣେ ଉଚ୍ଚଶିକ୍ଷିତ, ଲୋକପ୍ରିୟ ବ୍ୟକ୍ତିଙ୍କୁ କେନ୍ଦ୍ରାପଡାର ପ୍ରତିନିଧିତ୍ବ କରିବା ପାଇଁ ମନୋନୀତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଘୋଷଣା କରିଛନ୍ତି ଯେ, ସେ ନିଜେ ବିକାଶ ଦାୟିତ୍ବ ନିଜେ ଦେଖିବେ ।