Odia News Portal

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ହାଜର ହେଲେନି ଗୋଲକ

ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଞ୍ଜାମ ପୋଲିସ ନିକଟରେ ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର । ଏପରିକି ଅସୁସ୍ଥ ଥିବାରୁ ତାଙ୍କୁ ୧ ମାସ ପର୍ୟ୍ୟନ୍ତ ମହଲତ ଦେବାକୁ ଗୋଲକ ନିଜର ଓକିଲଙ୍କ ଜରିଆରେ ପୋଲିସ ନିକଟରେ ଆବେଦନ କରିଛନ୍ତି । ଏହାପୂର୍ବରୁ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ନିକଟରେ ହାଜର ହେବାକୁ ଗତ ୨୯ ତାରିଖରେ ଦୁଇ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ସମନ ପଠାଇଥିଲା । ପରେ ପୋଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଉଭୟ ନେତାଙ୍କ ପାଖରେ ସମନ ପହଞ୍ଚା ଯାଇଥିଲା । ଗୋଲକଙ୍କୁ ୭ ତାରିଖରେ ହାଜିର ହେବାକୁ ସମନ ହୋଇଥିବା ବେଳେ ଭୃଗୁଙ୍କୁ ୯ ତାରିଖରେ ହାଜିର ହେବାକୁ ପୋଲିସ ପକ୍ଷରୁ ସମନ ଜାରି କରାଯାଇଥିଲା । ଆଉ ଏସବୁ ଭିତରେ ଆଜି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନାହାନ୍ତି ଗୋଲକ ।
ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ଗତ ୨୯ ତାରିଖରେ ସମନ ଜାରି କରିଥିଲା ଛତ୍ରପୁର ପୋଲିସ । ଏଥିରେ ଆସନ୍ତା ୭ ଓ ୯ ତାରିଖରେ ଉଭୟଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଓଡିଶା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।