Odia News Portal

ପ୍ରଚାର ସମୟକୁ କମାଇ ମୋଦି ଓ ଶାହାଙ୍କୁ ଉପହାର ଦେଲେ ନିର୍ବାଚନ କମିସନ: ମମତା

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟକୁ କମାଇବା ପରେ ତେଜିଲା ରାଜନୀତି। ସମସ୍ତ ବିରୋଧୀ ଦଳ ଏହାକୁ ତୀବ୍ର ନିନ୍ଦା କରିବା ସହ ନିର୍ବାଚନ କମିସନ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଏହି ନିଷ୍ପତ୍ତି ମୋଦି ଓ ଶାହାଙ୍କୁ ନିର୍ବାଚନ କମିସନଙ୍କ ଉପହାର ବୋଲି କହିଛନ୍ତି ମମତା।

ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ଟି ରାଲି ଥିବା ବେଳେ ଏହା ପରେ ପ୍ରଚାର ବନ୍ଦ କରିବାକୁ କମିସନ କାହିଁକି ନିଷ୍ପତ୍ତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ସେହିପରି ସମାନ ପ୍ରଶ୍ନ କରିଛନ୍ତି କଂଗ୍ରେସର ରଣଦୀପସୁର୍ଜେୱାଲା, ସିପିଏମ ମହାସଚିବ ସୀତାରାମ ୟେଚୁରୀ। ପଶ୍ଚିମବଙ୍ଗରେ ସ୍ଥିତି ଖରାପ ଥିବା ବେଳେ ଓ ହିଂସା ପାଇଁ ନିର୍ବାଚନ କମିସନ ପ୍ରଚାର ଅବଧି କମାଇବାକୁ ଗୁରୁବାର ରାତି ୧୦ଟା ପର୍ୟ୍ୟନ୍ତ କାହିଁକି ଅପେକ୍ଷା କଲେ। ହିଂସା ପରେ ମଙ୍ଗଳବାର ରାତିରେ କାହିଁକି ନିର୍ବାଚନ ପ୍ରଚାର ବନ୍ଦ କଲେ ନାହିଁ କମିସନ। ପ୍ରଧାନମନ୍ତ୍ରୀଙ୍କ ରାଲି ଶେଷ ପର୍ୟ୍ୟନ୍ତ କାହିଁକି ପ୍ରଚାର ପାଇଁ ଅନୁମତି ଦିଆଯାଇଛି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିସନଙ୍କ ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି।