Odia News Portal

ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର()   ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ବେଲ । ଦୁଇ ଜଣ ଜାମିନଦାର ଓ ୨୫ହଜାର ଟଙ୍କା ମୁଚାଲିକାରେ ଜାମିନ୍ ମିଳିଛି । ଭୁବନେଶ୍ବର ଏଡିଜେ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି ।
ପୂର୍ବ ନିର୍ଦ୍ଦେଶ ମୁତାବକ କୋର୍ଟ ଗତକାଲି ଝାରପଡା ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଧାୟକଙ୍କ ଜାମିନ୍ ଆବେଦନର ଶୁଣାଣି କରିଥିଲେ । ଏହି ସମୟରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୂର୍ତ୍ତ ବିଭାଗ ଜେଇ ଓ ତାଙ୍କ ପତ୍ନୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ ।

ଜୁନ୍ ୫ ତାରିଖରେ ନିମ୍ନମାନର ରାସ୍ତା କାମ ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ଉପରେ ଉଠ୍ ବସ୍ କରାଇଥିବା ଅଭିଯୋଗ ହୋଇଥିଲା। ଭିଜୁଆଲ୍ ଭାଇରାଲ୍ ହେବା ପରେ ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କ ପତ୍ନୀ। ଏହାପରେ ଗତ ୨୪ ତାରିଖରେ ନୂଆପଡ଼ାରୁ ସରୋଜ ମେହେରଙ୍କୁ ଗିରଫ କରିଥିଲା ପୋଲିସ।