ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣକୁ ସମର୍ଥନ ଦେଲା ଜେଡିୟୁ । ନବୀନ ଏହି ସଂରକ୍ଷଣ ପ୍ରସ୍ତାବ ଉପରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡିଥିଲେ । ଏଥିସହ ସବୁ ରାଜନୈତିକ ଦଳର ମଧ୍ୟ ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।
ଏହି ସମର୍ଥନ ପରେ ନବୀନଙ୍କ ମହିଳା ସଶକ୍ତିକରଣ ଅଭିଯାନକୁ ଶକ୍ତି ମିଳିଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିବେ । ଏଥିସହ ନବୀନ ଧୀରେ ଧୀରେ ଜାତୀୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି ।