କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରୁ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ମେୟିଲ କଣ୍ଡାକ୍କଇସ୍ଥିତ ଏକ ପୋଲିଂ ବୁଥରେ ଭିଭିପ୍ୟାଟ ମେସିନ୍ ଭିତରେ ସାପ ଥିବା ଦେଖିବାକୁ ମିଳିଥିଲା। ଯେଉଁ ସମୟରେ ମତଦାନ ହେଉଥିଲା ସେହି ସମୟରେ ଜଣେ ମତଦାତା ଭିଭିପ୍ୟାଟ ମେସିନରେ ସାପ ଦେଖିବାକୁ ପାଇଥିଲେ ।
ସାପକୁ ଯଥା ଶୀଘ୍ର ସେଠାରୁ ହଟାଇ ଦିଆଯାଇଥିଲା । ଏହି କାରଣରୁ ମତଦାନରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା । ଆପଣଙ୍କୁ ଜଣାଇ ରଖିବାକୁ ଯାଉଛି କି ଲୋକସଭା ନିର୍ବାଚନର ତୃତୀୟ ପର୍ୟ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶର ୧୧୭ ସିଟ୍ ପାଇଁ ଭୋଟ ଦିଆଯାଉଛି ।