Odia News Portal

ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ

ରାଜନୈତିକ ସେତୁ ବାନ୍ଧିଲେ ଆଉ ଜଣେ ପ୍ରଶାସକ। ବିଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ପୂର୍ବତ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ନିଜ ଶୁଭେଛୁଙ୍କ ସହ ନବୀନ ନିବାସରେ ପହଞ୍ଚି ସେ ଦଳରେ ସାମିଲ ହୋଇଛନ୍ତି। ନଳିନୀକାନ୍ତ ମିଶିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହାଦ୍ୱାରା ଦଳ ଆହୁରି ମଜଭୂତ ହେବ। ପୂର୍ତ୍ତ ସଚିବ ଥିବା ସମୟରେ ନଳିନୀ ପ୍ରଧାନ କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨.୮୧କି.ମିର ନେତାଜୀ ସୁବାସଚନ୍ଦ୍ର ବୋଷ ସେତୁ, ଝାରସୁଗୁଡା-ସମ୍ବଲପୁରକୁ ସଂଯୋଗ କରୁଥିବା ୨.୫କି.ମି ଲମ୍ବର ସେତୁ , ଗୁରୁପ୍ରିୟା ସେତୁ, ବମିଖାଲ ଏବଂ ପଳାସପଲ୍ଲୀ ସେତୁ କାଯ୍ୟର୍କ୍ଷମ ହୋଇଛିା ବଡ ବଡ ସେତୁ ନିର୍ମାଣ କରୁଥିବା ନଳିନୀ ଏବେ ରାଜନୀତିରେ ସେତୁ ବାନ୍ଧିବେ । ନଳିନୀଙ୍କ ପୂର୍ବରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଏବଂ ରାଜ୍ୟର ପୂର୍ବତନ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ଭଳି ଟାଣୁଆ ପ୍ରଶାସକ ବିଜେଡିରେ ଯୋଗ ଦେଇସାରିଛନ୍ତି।