ଭୁବନେଶ୍ବର() ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏହି ବୈଠକରେ କାଳିଆ ଯୋଜନା ପାଇଁ ଆପତକାଳୀନ ପାଣ୍ଠିରୁ ନିଆଯାଇଥିବା ଟଙ୍କାକୁ ଫେରସ୍ତ ନେଇ ବୈଠକରେ ଅନୁମୋଦନ ମିଳିଛି । ତାସହ ମନ୍ତ୍ରୀ ମାନଙ୍କ ମାସିକିଆ ରିପୋର୍ଟ କାର୍ଡରେ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଛନ୍ତି ନବୀନ । ତାସହ ବିପଦ ଆପଦ ସମୟରେ ଲୋକଙ୍କ ମନ ଜିଣିବା ସହ କାର୍ୟ୍ୟଧାରାକୁ ସୂଚାରୁ ରୂପେ ତୁଲାଇବା ପାଇଁ ଲୋକଙ୍କ ସହ ସମ୍ପର୍କରେ ରହିବା ଆବଶ୍ୟକ । ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଅ, ଲୋକଙ୍କୁ ଗୁରୁତ୍ୱ ଦିଅ, ଆଉ ଲୋକଙ୍କ ପାଇଁ କାମ କର ବୋଲି ନବୀନ ପ୍ରଥମରୁ ନେତାମନ୍ତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି । ଏହି ବୈଠକରେ ସମସ୍ତ ନେତା ମନ୍ତ୍ରୀଙ୍କୁ ୫ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ନବୀନ ।
– ମନ୍ତ୍ରୀମାନେ କାର୍ୟ୍ୟାଳୟ କିମ୍ବା କୌଣସି ଅନୁଷ୍ଠାନକୁ ଅଚାନକ୍ ପରିଦର୍ଶନ କରିବା ଉଚିତ ।
– ରାଜ୍ୟର କୋଣ ଅନୁକୋଣକୁ ଅଧିକ ଗସ୍ତ କରିବା ପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ଯଦ୍ୱାରା ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବିଷୟରେ ବୁଝିବା ସହଜ ହେବ ।
– ସ୍ୱଚ୍ଚତା ଓ ଦକ୍ଷତା ପାଇଁ କମ୍ପ୍ୟୁଟରାଇଜେସନ୍ ଜରୁରୀ ।
– ମନ୍ତ୍ରୀ ପରିଷଦ ବୈଠକରେ ଲୋକଙ୍କ ସୁବିଧା ଅସୁବିଧାକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ଭେଟି, ଲୋକଙ୍କ ସମସ୍ୟା ବୁଝିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
– ବର୍ତ୍ତମାନ ପାଇଁ ରାଜ୍ୟରେ ପରିବର୍ତ୍ତନ ପାଇଁ ୫-ଟି ଗୁରୁତ୍ୱପୂର୍ଣ୍ଣ ।
