Odia News Portal

ନବୀନଙ୍କ ନୂଆ ଟିମ୍

ଭୁବନେଶ୍ବର()  ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଜଣକ ପରେ ଜଣେ ବିଧାୟକଙ୍କ ନିକଟକୁ ଫୋନ କଲ ଆସିବା ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶପଥ ନେବା ପୂର୍ବରୁ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ପରେ ନବୀନ ନିବାସରେ ଅଙ୍କ କଷା ଚାଲିଛି । ଏସବୁ ଭିତରେ ନବୀନ ନିବାସରୁ ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ପ୍ରଥମ କଲ ଆସିଥିବା ଜଣାପଡିଛି । ସେହିଭଳି ଅନ୍ୟ ବିଧାୟକଙ୍କୁ ପର୍ୟ୍ୟାୟ କ୍ରମେ ଫୋନ୍ କଲ ଯାଉଥିବା ଜଣାପଡିଛି । ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଆସନ୍ତକାଲି ଶପଥଗ୍ରହଣ ପାଇଁ ନବୀନ ନିବାସରୁ କଲ୍ ଆସିଛି । ସେହିଭଳି ଏକାମ୍ର ଭୁବନେଶ୍ୱରରୁ ବିଜେଡିର ବରିଷ୍ଠ ବିଧାୟକ ଅଶୋକ ପଣ୍ଡାଙ୍କ ନିକଟକୁ ମଧ୍ୟ କଲ ଆସିଛି ।