ନୂଆଦିଲ୍ଲୀ () ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ଘଟିଛି। ସେ କରୋନାରେ ଦୀର୍ଘ ଦିନରୁ ଚିକିତ୍ସିତ ହୋଇ ହସ୍ପିଟାଲରେ ପଡିଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଛି। ପଟେଲଙ୍କ ପୁଅ ଫଇଜାଲ ପଟେଲ ବିଳମ୍ବିତ ରାତି ୩.୩୦ରେ ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, କରୋନାରେ ସଂକ୍ରମିତ ହୋଇ ସେ ଅନେକ ଦିନ ହେବ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପୁଅ ଫଇଜାଲ ପଟେଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଏହା କହିବା ଅତ୍ୟନ୍ତ ଦୁଃଖଦାୟକ ଯେ ମୋର ପିତା ଅହମ୍ମଦ ପଟେଲ ନଭେମ୍ବର ୨୫ ବିଳମ୍ବିତ ରାତ୍ରି ୩ଟା ୩୦ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ଶରୀରର ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ମୁଁ ସମସ୍ତ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ, କୋଭିଡ -୧୯ ନିୟମକୁ ଅନୁସରଣ କରନ୍ତୁ”।
Sign in
Sign in
Recover your password.
A password will be e-mailed to you.