Odia News Portal

ଦଶହରା ବକସିସ୍ ଦେଇ ଦେଇ ନେତାଏ ଅସ୍ତ ବ୍ୟସ୍ତ

ଭୁବନେଶ୍ୱର() ଉପ ନିର୍ବାଚନ ଦାୟିତ୍ୱରେ ନେତାଙ୍କୁ ଏବେ ଦଶହରା ବକ୍‍ସିସ୍‍ ଅଡୁଆ  ହୋଇଛି । ଭୋଟରଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଦଶହରା ଖର୍ଚ୍ଚ ମାଗୁଥିବାରୁ କାହାକୁ କେତେ ଦେବେ ଓ ଏହାର ଫଳ କ’ଣ ହେବ ତାହାକୁ ନେଇ ନେତା ଅଡୁଆରେ ପଡିଥିବାବେଳେ ଭୋଟରମାନେ କିନ୍ତୁ ମଉକାକୁ ହାତଛଡା କରୁନାହାନ୍ତି । ସେମାନଙ୍କର ଏବେ ଡବଲ ଲାଭ ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ର୍ନିବାଚନ ଦାୟିତ୍ୱରେ ଥିବା ନେତାମାନେ ଏବେ ଏଭଳି ଦଶହରା ଖର୍ଚ୍ଚର ସାମ୍ନା କରୁଛନ୍ତି । ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ଦିନ ଥିବାରୁ ଏବେ ବିଜେଡି-ବିଜେପି-କଂଗ୍ରେସର ଟାଣୁଆ ନେତାମାନେ ଦୁଇ ନିର୍ବାଚନମଣ୍ଡଳୀକୁ ଘନ ଘନ ଗସ୍ତ କରୁଛନ୍ତି ।

କିଛି ସେଠାରେ ଡେରା ପକାଇଛନ୍ତି ତ ଆଉ କିଏ ପାହାନ୍ତାରୁ ଯାଇ ରାତିରେ ଫେରୁଛନ୍ତି । ହେଲେ ସମସ୍ତଙ୍କର ସମାନ ଅବସ୍ଥା । ଦଶହରା ଖର୍ଚ୍ଚ ଦେବାକୁ ପଡିବ । ନାମ ଗୋପନ ସର୍ତ୍ତରେ ଜଣେ ନେତା କହିଛନ୍ତି ଯେ ମତଦାନ ପୂର୍ବଦିନ ଖର୍ଚ୍ଚ ଦିଆଯାଏ । ହେଲେ ଏଥର ଦଶହରାଟି ଭୋଟଗ୍ରହଣର ପ୍ରାୟ ୮ଦିନ ଆଗରୁ ଆସିଥିବାରୁ ସେମାନଙ୍କୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡୁଛି ।

ଅବସ୍ଥା ଏଭଳି ହୋଇଛି ଯେ ନେତାଙ୍କ ପାଇଁ ଏବେ ଏହି ଦଶହରା ଖର୍ଚ୍ଚ କଌକ୍ଷଗ୍ଧ;ା ଭଳି ହୋଇଛି । ଦେଲେ ହଇରାଣ, ନଦେଲେ ବି ହଇରାଣ । କାରଣ ଗୋଟିଏ ଦଳର ନେତା ଯଦି ନଦେଉଛନ୍ତି ତେବେ ମଉକା ଦେଖି ଅନ୍ୟ ଦଳର ନେତାଏ ହାତଖର୍ଚ୍ଚ ଦେଇ ଭୋଟରକୁ ନିଜ ଆଡକୁ ନେଇ ଯାଉଛନ୍ତି । ତେଣୁ ନିର୍ବାଚନମଣ୍ଡଳୀରେ ଏବେ ହାତଖର୍ଚ୍ଚ ପ୍ରତିଯୋଗିତା ଚାଲିଛି । ଏଥିରେ ଯିଏ ଆଗରେ ରହିବ ସେହିଦଳ ଝୁଲାକୁ ଅଧିକ ଭୋଟ ଆସିବ ବୋଲି କିଛି ଭୋଟର ଖୋଲାଖୋଲି ଭାବେ କହୁଛନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ବଡ ସମସ୍ୟାରେ ପଡିଛନ୍ତି ପଞ୍ଚାୟତୱାରୀ ଦାୟିତ୍ୱରେ ଥିବା ନେତାଏ । ସେମାନେ ପଞ୍ଚାୟତରେ ପହଞ୍ଚିଲେ ସରପଞ୍ଚଙ୍କ ଠାରୁ ୱାର୍ଡମେମ୍ବର, ତଳିଆ କର୍ମୀ ଓ ଭୋଟରମାନେ ଆସି ଘେରି ଯାଉଛନ୍ତି ।

ଚଳିତବର୍ଷ ପୂଜାରେ ବଡ ଧରଣର ଆୟୋଜନ ନଥିଲେ ବି ଲୋକେ କିଣାକିଣି କରୁଛନ୍ତି । ତେଣୁ ଏହି ଦୁଇ ନିର୍ବାଚନମଣ୍ଡଳୀରେ ଲୋକେ ଏବେ କିଣାକିଣି ପାଇଁ ନେତାଙ୍କ ଉପରେ ନିର୍ଭରଶୀଳ । ମଉକାକୁ କୌଣସି ସ୍ତରରେ ହାତଛଡା କରିବାକୁ କେହି ଚାହୁଁ ନାହାନ୍ତି । ଭୋଟର ଜାଣିଛି ନେତା ଗଲେ ଆଉ ପରବର୍ତ୍ତୀ ନିର୍ବାଚନଯାଏ ଦେଖା ଦେବେନି ।

ନେତା ବି ଜାଣିଛନ୍ତି ସିଏ ଯଦି ହାତମୁଠା ଟାଣ କରିବେ ତେବେ ଅନ୍ୟ ଦଳର ନେତାଏ ହାତମୁଠା ଢିଲା କରି ଲୋକଙ୍କୁ ନିଜ ପଟକୁ ନେଇଯିବେ । ତେଣୁ ଏବେ ଦୁଇ ନିର୍ବାଚନମଣ୍ଡଳୀରେ ଭୋଜିଭାତ ସାଙ୍ଗକୁ ହାତ ଖର୍ଚ୍ଚ ବି ଜୋରଦାର ଭାବେ ବଌକ୍ଷଗ୍ଧ;ା ହେଉଛି । ଦୁଇ ଉପକୂଳ ନିର୍ବାଚନମଣ୍ଡଳୀର ଭୋଟର ବି ଏତେ ଚାଲାକ ହୋଇଛନ୍ତି ଯେ ଯାହାକୁ ଦେଖିଲେ ତାକୁ ଧରି ହଶହରା ଖର୍ଚ୍ଚ ଉଠାଉଛନ୍ତି । କେତେକ ତ ଖର୍ଚ୍ଚ ପଇସା ସରିଗଲାଣି ବୋଲି କହି ଦୁଇ ତିନି ଥର ନେଇ ଯାଉଛନ୍ତି । ଯେହେତୁ ଭୋଟ ନେବାର ଅଛି ତେଣୁ ନେତାଏ ସବୁ ଜାଣି ବି ମୁହଁରେ ଏକ ପ୍ରକାର ତୁଣ୍ଡିବାନ୍ଧି ବସିଛନ୍ତି । ଭୋଟରଙ୍କର ଏଭଳି ଶୋଷଣ ଅବସ୍ଥା ଦେଖି କିଛି ନେତା ଏବେ ଦଶହରା ସରିବା ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀକୁ ଯିବାକୁ ଡରିଲେଣି ।

ଆଉ କିଛି ଅନ୍ୟ ବାହାନା ଦେଖାଇ ଖସିବାକୁ ବସିଛନ୍ତି । ତେବେ ଯେଉଁ ନେତାମାନେ ହାତରୁ ପଇସା ଖର୍ଚ୍ଚ କରୁଛନ୍ତି ସେମାନଙ୍କର ଏଭଳି ଅବସ୍ଥା ହୋଇଥିବାବେଳେ ଦଳୀୟ ପଇସାରେ ଭୋଟରଙ୍କୁ ହାତେଇବା ଦାୟିତ୍ୱ ପାଇଥିବା ନେତାମାନେ କିନ୍ତୁ ମନେ ମନେ ଖୁସି ହେଉଛନ୍ତି । ଏହି ମଉକାରେ ସେମାନେ ବି ଅଧିକ ପାଣ୍ଠି ଆଣିବା ଚକ୍କରରେ ଅଛନ୍ତି । ତେବେ ସିଏ ଯାହା ହେଉ ଭୋଟଗ୍ରହଣ ପୂର୍ବରୁ ଦଶହରାଟି ଦୁଇ ନିର୍ବାଚନମଣ୍ଡଳୀର ଭୋଟରଙ୍କ ପାଇଁ ଡବଲ ଲାଭ ଆଣି ଦେଇଛି । ଦଶହରା ପୂର୍ବରୁ ନେବେ, ପରେ ବି ନେବେ ।