ଭୁବନେଶ୍ବର () କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କୁଲୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜିଲ୍ଲା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅଙ୍କୁ ରାଜନୈତିକ ଉଦ୍ଦେଶ୍ୟ ଫଶେଇବାକୁ ଚେଷ୍ଟା କରାଯାଉଛି । କୁଲୁଙ୍କ ଉପରେ କିଏ, କାହିଁକି ଆକ୍ରମଣ କଲା ତାର ସତ୍ୟାସତ୍ୟ ଅନୁଧ୍ୟାନ କରାନଯାଇ ରାଜନୈତିକ ଶତ୍ରୁତାରୁ ମନ୍ତ୍ରୀଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କୁ ଫଶେଇବାକୁ ଚେଷ୍ଟା କରାଯାଉଛି ବୋଲି ଜିଲ୍ଲା ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ।
ଘଟଣାଟି ଘଟିଛି 7 ତାରିଖ ଦିନ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ । ସେ ସମୟରେ ଅର୍ଥାତ ଦିନ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ମନ୍ତ୍ରୀଙ୍କ ପୁଅ ଉଦଳାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେ ସମୟର ଫଟୋ ମଧ୍ୟ ଜିଲ୍ଲା ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି ।
7 ତାରିଖ ଦିନ ଗୋଟାଏ 12 ମିନିଟରେ ଉତ୍ତୋଳିତ ଏହି ଫଟୋକୁ ଦେଖନ୍ତୁ । ଏଠାରେ ଦେବପ୍ରିୟ ଉଦଳାର ପର୍ଯ୍ୟବେକ୍ଷକ ଭାବେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଉଦଳାରେ ଏକ ଦଳୀୟ କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଥିବା ସମୟର ଏକ ଫଟୋ ମଧ୍ୟ ଦଳ ତରଫରୁ ଦେଖାଯାଇଛି । ଏଭଳିସ୍ଥିତିରେ ମନ୍ତ୍ରୀଙ୍କ ପୁଅ କିଭଳି କୁଲୁଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।