Odia News Portal

ପରୀ’ ପାଇଁ କାନ୍ଦୁଛନ୍ତି ଆଖିମେନ୍ଥା ନେତା

ନୟାଗଡ଼()  ପରୀ, ପରୀ, ପରୀ ସବୁଠି ଗୋଟିଏ ସ୍ୱର ପରୀକୁ ନ୍ୟାୟ ମିଳୁ । ଏହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ୍ ହୋଇଛି । ବିଧାନସଭା କମ୍ପୁଛି, ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ମାତ୍ର ପରୀ ଆଳରେ ଏବେ ନୟାଗଡ଼ରେ ଦେଖିବାକୁ ମିଳୁଛି, ନିର୍ବାଚନ ପରଠୁ ମୁହଁ ଦେଖାଉ ନଥିବା ନେତାଙ୍କର । ଗତକାଲି ଏବଂ ଆଜି ଏମିତି କିଛି କିଛି ଘଟଣା ଦେଖିବାକୁ ମିଳିଛି । ନୟାଗଡ଼ର ହାଲ୍‌ଚାଲ୍ ବୁଝୁନଥିବା ଏବଂ ଜନସଂମ୍ପର୍କ ନଥିବା ନେତା ମଧ୍ୟ ଏବେ ପରୀ, ପରୀ ହୋଇ ଆଖି ମେନ୍ଥୁଛନ୍ତି । ଏମିତି ଅଭିନୟ ଚାଲିଛି, ଯେମିତି ତାଙ୍କ ପରିବାର ସଦସ୍ୟ କେହି ଚାଲି ଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ଚାରିମାସ ହେଲା ଏହି ତଥାକଥିତ ଆଖିମେନ୍ଥା ନେତା ମାନେ ଥିଲେ କେଉଁଠି । କେତେଥର ଥାନାକୁ ଯାଇ କିମ୍ବା ଥାନା ଅଧିକାରୀଙ୍କ ସହ ପରୀ ଘଟଣାକୁ ନେଇ ଏମାନେ ଆଲୋଚନା କରିଛନ୍ତି । କେତେଥର ନୟାଗଡ଼ ଏସ୍‌ପି କିମ୍ବା ଏସ୍‌ଡିପିଓଙ୍କୁ ଘଟଣା ସଂମ୍ପର୍କରେ ପଚାରିଛନ୍ତି । କେତେଥର ପରୀ ପରିବାକୁ ଧରି ଗଣମାଧ୍ୟମ ସାମନାକୁ ଆସିଛନ୍ତି । ନାଁ, ଏମାନେ କେବଳ ସମୟ ଓ ସୁବିଧାକୁ ଅନେଇ ରହିଥାନ୍ତି । କେଉଁ ଘଟଣାର ଗଣମାଧ୍ୟମର ଶିରୋନାମା ହେବ ଆଉ ଏମାନେ ଗର୍ଜ୍ଜନ କରିବେ, ଟିଭି ଓ କାଗଜରେ ମୁହଁ ଦେଖାଇବେ । ନୟାଗଡ଼ରେ କ’ଣ ଘଟଣାର ଅଭାବ ରହିଛି, ନାଁ ସମସ୍ୟାର ଅଭାବ ରହିଛି । କାଇଁ ଅନ୍ୟ ବେଳେ ତ ଦେଖା ମିଳୁନି । ଏବେ କଣ ନାଁ ନୟାଗଡ଼ରେ ଭ୍ରଷ୍ଟାଚାର ଶାସନ ଚାଲିଛି । ନୟାଗଡ଼ରେ ଗୁଣ୍ଡାରାଜ୍ ଚାଲିଛି । ଏ ତମାମ୍ ଘଟଣାକୁ ଆଲୋଚନା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଏ ଆଖିମେନ୍ଥା ମାନେ କେବଳ ବାହାନାବାଜି କରୁଛନ୍ତି । ନାଁ ଏମାନେ ନୟାଗଡ଼ ପାଇଁ ଚିନ୍ତିତ, ନାଁ ଏମାନେ ନୟାଗଡ଼ିଆଙ୍କ ପାଇଁ ଚିନ୍ତିତ ପରୀ ଭଳି ଅନେକ ଘଟଣାକୁ ଏମାନେ ନିଜର ରାଜନୀତି ପାଇଁ ମୋହରା ସଜାନ୍ତି ।