Odia News Portal

ଭାରତର ଏକ ନଂ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର() ଭାରତର ଏକ ନଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ୍କଙ୍କ ପରେ ଏବେ ଭାରତର ଏକ ନଂ ମନ୍ତ୍ରୀ ଭାବେ ବିବେଚିତ ହେଲେ ପଂଚାୟତରାଜ,ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭାରତର ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ଉପରାଷ୍ଟ୍ରପତି ଶ୍ରୀ ପ୍ରତାପଙ୍କୁ ଦିଲ୍ଲୀରେ ପୁରସ୍କୃତ କରିବେ । ପ୍ରତାପଙ୍କ ପାଇଁ ଆଜି ଓଡିଶା ଗର୍ବିତ । ତେବେ ଆସନ୍ତୁ ପ୍ରତାପଙ୍କ ରାଜନୈତିକ ବିଷୟରେ ଜାଣିବା … ୩ ଜୁନ ୧୯୬୬ ଜନ୍ମ ହୋଇଥିଲେ ପ୍ରତାପ । ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେରେ ଡିଗ୍ରି ହାସଲ କରିଥିଲେ । ସେ ୧୯୮୫ରେ ରେଭେନ୍ସା କଲେଜରେ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚନ ହୋଇଥିଲେ । ଏହା ସହ ଆରମ୍ଭ ହୋଇଥିଲା ପ୍ରତାଙ୍କ ରାଜନୀତି ଜୀବନ । ପୁଣି ୧୯୯୦-୯୧ରେ ପ୍ରତାପଙ୍କ ଛାତ୍ର ନେତା ରୂପରେ ପ୍ରତିଷ୍ଠାତା ବଢିଥିଲା । ଯେତେବେଳେ ସେ ମଧୁସୂଦନ ‘ଲ କଲେଜ’ରେ ଛାତ୍ର ସଙ୍ଘର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ପ୍ରତାପଙ୍କ ବଢୁଥିବା ଲୋକପ୍ରିୟତା ଦେଖି ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ୧୯୯୨ରେ ତାଙ୍କୁ ରାଜ୍ୟ ଛାତ୍ର ଜନତା ଦଳର ଅଧକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ପ୍ରତାପ ଏହି ପଦରେ ଦୀର୍ଘ ୧୦ ବର୍ଷ କାଳ କାର୍ୟ୍ୟ କରିଥିଲେ । ଏହା ପରେ ପ୍ରତାପଙ୍କ ଦକ୍ଷତା ଦେଖି ୨୦୦୦ରେ ବିଜୁଜନତା ଦଳ ତାଙ୍କୁ ଓଡିଶାର କିଶୋରନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ । ଆଉ ପ୍ରତାପ ବିଜୟୀ ମଧ୍ୟ ହୋଇଥିଲେ । ଏହା ପରେ ପ୍ରତାପ କେବେବି ଆଉ ପଛକୁ ଦେଖିନାହାନ୍ତି ।