ପିପିଲି: କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ଅଭୟମୁଖି ପଂଚାୟତର ସରପଞ୍ଚଙ୍କ ସମେତ ଶତାଧିକ ସମର୍ଥକ । ଡେଲାଙ୍ଗ ବ୍ଲକ ଅଭୟମୁଖି ପଂଚାୟତରୁ କଂଗ୍ରେସ ଦଳଛାଡି ବିଦ୍ଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି ବହୁ କଂଗ୍ରେସ କର୍ମି। ଏହି ପରିପ୍ରେକ୍ଷୀରେ ଅଭୟମୁଖି ପଂଚାୟତର ଇନ୍ଦିପୁର ମେଳଣ ପଡ଼ିଆଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପଞ୍ଚାୟତରାଜ ଓ କୃଷି ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଜେଡି ବ୍ଲକ ସଭାପତି ବୈରାଗି ଜେନା, ବ୍ଲକ ଅଧ୍ଯକ୍ଷ ପ୍ରଶନ୍ନ ସାହୁ, ଆତ୍ମା ଅଧ୍ଯକ୍ଷ ପିପିଲି ଧରଣୀଧର ସାହୁ,
ଜିଲ୍ଲା ପରିଷଦ ଦେବାଶିଷ ନନ୍ଦଙ୍କ ଉପସ୍ଥିତରେ ଅଭୟମୁଖି ପଂଚାୟତର ସରପଞ୍ଚ ପ୍ରଶନ୍ନ କୁମାର ପରିଡା ଓ ନାଏବ ସରପଞ୍ଚ ମେନକା ସ୍ବାଇଁ ସମେତ ସମସ୍ତ ଓ୍ବାର୍ଡର ସଭ୍ଯ/ସଭ୍ଯା ଏବଂ ଶତାଧିକ କଂଗ୍ରେସ କର୍ମି ବିଜୁ ଜନତା ଦଳରେ ସାମିଲି ହୋଇଥିବା ଘୋଷଣା କରିଥିଲେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗି ଜେନା ।