Odia News Portal

ଶପଥ ନେଲେ ୪ ଓଡିଆ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ() ରାଜ୍ୟସଭାକୁ ନିର୍ବାଚିତ ଓଡିଶାର ୪ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଏହି ନୂଆ ରାଜ୍ୟସଭା ସାଂସଦ ମାନଙ୍କର ଶପଥ ଗ୍ରହଣ ବିଳମ୍ବିତ ହୋଇଥିଲା । ଶେଷରେ ଆଜି ଏହି ନୂତନ ସାଂସଦମାନେ ଦିଲ୍ଲୀଠାରେ ଶାପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧକ୍ଷ ଏମ. ଭେଙ୍କେୟା ନାଇଡୁ ସେମାନଙ୍କୁ ତାଙ୍କ ଚାମ୍ବରରେ ଶପଥପାଠ କରାଇଥିଲେ । ଶପଥ ପାଠ କରିଥିବା ଏହି ୪ ସାଂସଦମାନେ ହେଲେ ମୁନ୍ନା ଖାଁ, ସୁଜିତ କୁମାର , ମମତା ମହନ୍ତ ଓ ସୁବାସ ସିଂ । ଓଡିିଶାରୁ ଖାଲି ହୋଇଥିବା ୪ ରାଜ୍ୟସଭା ଆସନରେ ବିଜେପି କିମ୍ବା କଂଗ୍ରେସ ଦଳ କୌଣସି ପ୍ରାଥ୍ରୀ ଦେଇନଥିଲେ । ଯାହା ଫଳରେ ବିଜେଡିର ଏହି ୪ ପ୍ରାର୍ଥୀ ନିଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।