୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସିବାକୁ ଆଉ ମାତ୍ର ୨୪ ଘଣ୍ଟାର ସମୟ ବାକି ଥିବା ବେଳେ ବଢିଯାଇଛି ରାଜନୀତିର ପାରଦ । ନିର୍ବାଚନ ରେଜଲ୍ଟ ପାଇଁ ବଢୁଛି ଉତ୍କଣ୍ଠା ।
୨୦୧୯ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ବୟାନବାଜି, ରାଜନୀତି ମଇଦାନକୁ ଅଧିକ ସରଗରମ କରିଛି । ବିଜୟ ନେଇ ସମସ୍ତ ରାଜନୈତିକ ଦଳଗୁଡିକ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଆଉ ଅନ୍ୟପଟେ ଏକଜିଟ୍ ପୋଲର ଆକଳନ ଅନେକ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ଦ୍ୱନ୍ଦ୍ୱ ଭିତରକୁ ଟାଣି ନେଇଛି ।
ଏନଡିଏକୁ ବହୁମତ ନମିଳିଲେ ପ୍ରମୁଖ ଭୂମିକା ନେବେ ଅଣବିଜେପି ଦଳ । ବିଶେଷ କରି ବିଜେପି ଓ ମୋଦି ବିରୋଧୀ ଭାବେ ଜଣାଶୁଣା ମମତା, ମାୟାବତୀ ଓ ଅଖିଳେଶଙ୍କ ଗୁରୁତ୍ୱ ଜାତୀୟ ରାଜନୀତିରେ ବଢିବ । ମ୍ୟାଜିକ ନମ୍ବର ହାସଲ ପାଇଁ ଏମାନେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଂଟକୁ ବ୍ଲାକମେଲ୍ ମଧ୍ୟ କରିପାରନ୍ତି । ସଂଖ୍ୟା ଖେଳରେ ନିଜ ରାଜ୍ୟ କିମ୍ବା ଦଳ ପାଇଁ ବଡଧରଣର ବାର୍ଗେନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ସବୁକିଛି ନିର୍ଭର କରୁଛି ମେ ୨୩ର ଫଳାଫଳ ଉପରେ ।