ଭୁବନେଶ୍ୱର,୧୦ା୩ (): ଶହୀଦନଗର ଥାନା ଗଣ୍ଡଗୋଳ ଘଟଣାରେ ବିଜେଡି ନେତା ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ପୁଲିସ୍ ପୁରୁଣା ଦାଗୀ ଅପରାଧିଙ୍କ ଭଳି ସିଲଟ ଧରାଇ ଏବେ ଅକଳରେ ପଡିବାକୁ ଯାଉଛି । ପୁଲିସ୍ର ଏଭଳି ମାତ୍ରାଧିକ ଆଚରଣ ବିରୁଦ୍ଧରେ ପୂର୍ବତନ ଛାତ୍ରଛାତ୍ରୀ ଓ ଆଇନ୍ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇବାର ସୂଚନା ମିଳିଲାଣି । ସେମାନେ ଏ ସଂକ୍ରାନ୍ତରେ ରାଜ୍ୟ ମାନବ ଅଧିକାର କମିଶନଙ୍କୁ ଜଣାଇବାର ବି ରହିଛି ।
ସାମାନ୍ୟ ବଚସାକୁ ନେଇ ଶହୀଦନଗର ଥାନାରେ ଯେଉଁ ଲଙ୍କାକାଣ୍ଡ ଘଟିଲା ସେଥିରେ ଅନେକ ଯୁବକ ସାମିଲ ଥିବାବେଳେ ବିରୋଧିଦଳ ଚାପରେ ବିଜେଡିର ଯୁବନେତା ପ୍ରକାଶଙ୍କୁ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ସଜାଇଲା । ପୁଲିସ୍ ଯେଉଁଭଳି ଭାବେ ବକ୍ତବ୍ୟ ଦେଲା ଗଣମା୍ମମରେ ସେହିଭଳି ଭାବେ ତାହା ପ୍ରକାଶିତ ହେଲା । ଏହାପରେ ପୁଲିସ୍ ପ୍ରକାଶଙ୍କୁ ଧରି ନିଜ ଭାବମୂର୍ତ୍ତି ସୁଧାରିବାପାଇଁ ଚଳାଇଲା ଅଭିଯାନ । ପୁଲିସ୍ ନିଜ ଆଡୁ ଥାନାରେ ମାମଲା ରୁଜୁ କଲା । ପ୍ରକାଶଙ୍କ ଭଡାଘରେ ଯାଇ ସବୁଦିନ ରାତିରେ ଚଢାଉକଲା । ଘର ମାଲିକଙ୍କୁ ବି ଧମକାଇଲା । ଯଦି ପ୍ରକାଶ ଧରାନଦେବ ତେବେ ତାଙ୍କୁ ଭଡାଘରୁ ତଡିବାପାଇଁ ମାଲିକଙ୍କୁ ବି ଧମକାଇଲା ା
ଶେଷରେ ପ୍ରକାଶ ଆସି ଥାନାରେ ହାଜର ହେଲେ । ହେଲେ ପୁଲିସ୍ ତାଙ୍କୁ ଗିର‘ କରି ଯେଉଁଭଳି ଢଙ୍ଗରେ ଗଣମା୍ମମ ସମ୍ମୁଖରେ ପେଶ୍କଲା ତାହା ଏବେ ବିବାଦୀୟ ହୋଇଛି । ପୁରଣା ଦାଗୀ ଯେଉଁମାନେ ବି ବହୁ ଅପରାଧକରି ଦୀର୍ଘଦିନ ଧରି ଫେରାର ଥାନ୍ତି ସେମାନଙ୍କ କ୍ଷେତ୍ରରେ ଯେଭଳି ସିଲଟ ଧରାଇ ଫଟୋ ଉଠାଯାଏ କମିଶନରେଟ ପୁଲିସ୍ ସେଭଳି କାର୍ଯ୍ୟ କଲା । ପ୍ରକାଶଙ୍କ ଫଟୋ ଯେଭଳି ସବୁ ଗଣମା୍ମମ ନିକଟରେ ପହଞ୍ଚେ ତାହାର ବ୍ୟବସ୍ଥା କଲା ।
ଉଲ୍ଲେଖନୀୟ ଯେ ପ୍ରକାଶ ଜଣେ ମେଧାବୀ ଛାତ୍ର ସହିତ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି । ପୂର୍ବତନ କଂଗ୍ରେସ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅକୁ ହରାଇ ସିଏ ସଭାପତି ହୋଇଥିଲେ । ବାଣୀବିହାରରେ ବିଜେଡିର ସବୁକିଛି ବୁଝୁଥିଲେ ପ୍ରକାଶ । ବିଜେଡିର ଯୁବନେତାମାନେ ବି ପ୍ରକାଶଙ୍କୁ ନିଜ କାମରେ ବ୍ୟବହାର କରୁଥିଲେ । ହେଲେ ଯେତେବେଳେ ପୁଲିସ୍ ତାଙ୍କୁ ମୁଖ୍ୟ ଅପରାଧିଭାବେ ଚିତ୍ରଣ କଲା ସେତେବେଳେ ଏହି ଯୁବନେତାମାନେ ଖସିଲେ । ଯାହା ଘରକୁ ପ୍ରକାଶ ଦିନରାତି ଆସୁଥିଲେ ସିଏ ପୁଲିସ୍ ଉପରେ ଚାପ ପକାଇ ତାଙ୍କୁ ଗିର‘ କଲେ । ଉଭୟ ପୁଲିସ୍ ଓ ବିଜେଡିର ଭାବମୂର୍ତ୍ତି ସଜାଡିବାପାଇଁ ପ୍ରକାଶଙ୍କୁ ସିଲଟ ଧରାଇ ଫଟୋ ଉଠାଇ ବଣ୍ଟାଗଲା ।
ପ୍ରକାଶଙ୍କ ପ୍ରତି ଏଭଳି ଆଚରଣକୁ ନେଇ କିଛି ଛାତ୍ର ସଂଗଠନ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ସେମାନଙ୍କ କହିବାକଥା ଯେ ଯଦି ପ୍ରକାଶ ପୁଲିସ୍ ଉପରକୁ ହାତ ଉଠାଇ ଥାନାରେ ସିଲଟ ଧରିଲେ ତେବେ ଏଜି ଛକରେ ପୁଲିସକୁ ବାଡେଇ ଥିବା ବରିଷ୍ଠ ପୁଲିସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅଙ୍କୁ କାହିଁକି ସିଲଟ ଧରି ଫଟୋ ଉଠାଗଲା ନାହିଁ ? ତାଙ୍କୁ କମିଶନରେଟ ପୁଲିସ୍ ସମ୍ମାନେ ଛାଡିଦେଲା କିଭଳି ? ସେହିଭଳି ମହାକାଳପଡାରେ ଥାନା ଭିତରେ ଅଭିଯୁକ୍ତକୁ ପିଟି ପିଟି ମାରିଥିବା ଥାନା ଅଧିକାରୀ ଅବିନାଶ ପାଇଟୋଳ ସିଲଟ ଧରିବା ବଦଳରେ ଖୁଲମ ଖୁଲା ବୁଲୁଛନ୍ତି କିଭଳି ? ଏହା ତ ଦୁଇଟି ଉଦାହରଣ ମାତ୍ର । ପ୍ରକାଶ ଜଣେ ଆଇନ୍ ଡିଗ୍ରୀଧାରୀ ଓ ତାଙ୍କର ଓକିଲାତି ଲାଇସେନ୍ସ ବି ରହିଛି । ଏଥି ସହିତ ସେ ଡକ୍ଟରେଟ୍ ମଧ୍ୟ କରିଛନ୍ତି । ବିଜୁ ଛାତ୍ରଜନତାଦଳର ଜଣେ ଆଗଧାଡିର ନେତା । ହେଲେ ପୁଲିସ୍ର ମାତ୍ରାଧିକ କାର୍ଯ୍ୟକଳାପ ବେଳକୁ ନାଁ ବିଜେଡି ନା ଆଇନ୍ଜୀବୀ କେହି ପଦାକୁ ଆସୁନାହାନ୍ତି ା ସମସ୍ତେ ଏବେ ନିଜ ନିଜ ସ୍ୱାର୍ଥରେ ବ୍ୟସ୍ତ ଥିବାବେଳେ ପ୍ରକାଶଙ୍କ କିଛି ପୁରୁଣା ବନ୍ଧୁ ଏବେ ମାମଲାଟିକୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାପାଇଁ ସଜବାଜ ହେଉଥିବାର ସୂଚନା ମିଳୁଛି ।