Odia News Portal

ଭିଡିଓ କନଫରେନ୍ସ ଜରିଆରେ ସୁବିଧା ଅସୁବିଧା ନେଇ ବୁଲୁଙ୍କ ତଦାରଖ

ମାହାଙ୍ଗା() ସାରା ବିଶ୍ବରେ କରୋନା ନିଜ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟରେ ବି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି ଏକାଦଶତମ ସମୀକ୍ଷାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ନେତୃବୃନ୍ଦଙ୍କ ସହ କଥା ହୋଇ ସରକାରୀ ସୁବିଧା ସୁଯୋଗ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚୁଛି କି ନାହିଁ ତଦାରଖ କରିଛନ୍ତି ମାହାଙ୍ଗା ବିକାଶ ପରିଷଦର ଅଧ୍ୟଖ୍ୟ ତଥା ବିଜେପି ନେତା ଶାରଦା ପ୍ରଧାନ(ବୁଲୁ) ।

ଏହା ସହ କରୋନା ମୁକାବିଲା ପାଇ ଘରଘର ବୁଲି ମାସ୍କ, ସାବୁନ ବାଣ୍ଟିବା ସହ କିପରି ସାମିଜିକ ଦୂରତା ଆବଶ୍ୟକ ସେ ନେଇ ବାର୍ତ୍ତା ଦେଇଥିଲେ । ଓ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଦେଇଥିବା କାର୍ଯ୍ୟକ୍ରମ ଠିକ ଭାବେ ହେଉଛି କି ନାହିଁ ବୁଝିଥିଲେ ।