ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ମିଳିଛି । ତାଙ୍କୁ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଓ ତାହା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବ ଦାୟିତ୍ୱ ସହ ତାଙ୍କର ଏହି ନୂଆ ନିଯୁକ୍ତି ସଂକ୍ରାନ୍ତରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ସେ ଖୁବଶୀଘ୍ର ତାଙ୍କର ନୂତନ ନିଯୁକ୍ତି କ୍ଷେତ୍ର ଗସ୍ତ କରି ସେଠାରେ ତୃଣମୂଳସ୍ତରରୁ କଂଗ୍ରେସକୁ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନରେ ଦଳ ଯେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବ, ସେ ଦିଗରେ ଆବଶ୍ୟକ ପ୍ରସ୍ତାବ ପିସିସି ନିକଟରେ ଉପସ୍ଥାପନ କରିବାକୁ କୁହାଯାଇଛି ।