କୋଲକାତା() ଆତ୍ମହତ୍ୟା କଲେ ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ । ତାଙ୍କ ଘର ପଛପଟରୁ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ଗତବର୍ଷ ସିପିଏମ ଦଳରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିଲେ । ଦେବେନ୍ଦ୍ର ଉତ୍ତରଦିନାଜପୁରର ସଂଗ୍ରକ୍ଷୀତ ଆସନରୁ ଭାଜପା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପାରିପାଶ୍ୱିର୍କ ଅବସ୍ଥାରୁ ତାଙ୍କୁ ହତ୍ୟର କରାଯାଇ ପରେ ଟଙ୍ଗୀ ଦିଆଯାଇଥିବା ସନେ୍ଦହ କରାଯାଉଛି । ଏହି ହତ୍ୟା ପାଇଁ ଭାଜପା ନେତା ରାହୁଲ ସିହ୍ନା ତୃଣମୂଳ କଂଗ୍ରେସକୁ ଦାୟି କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।