ଭୁବନେଶ୍ବର() ବରିଷ୍ଠ ବିଜେଡି ନେତା ସୂର୍ୟ୍ୟ ନାରାୟଣ ପାତ୍ର ଆଜି ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ବିଧାନସଭାର ୨୨ତମ ବାଚସ୍ପତି ହୋଇଛନ୍ତି ସୂର୍ୟ୍ୟନାରାୟଣ । ଦୁଇ ବିରୋଧୀ ଦଳ ପକ୍ଷରୁ କୌଣସି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବାରୁ ଆଜି ସର୍ବସମ୍ମତକ୍ରମେ ସୂର୍ୟ୍ୟନାରାୟଣ ପାତ୍ର ଓଡିଶା ବିଧାନସଭାର ୨୨ତମ ବାଚସ୍ପତି ନିର୍ବାଚିତ ହୋଇଛନ୍ତି ।
ଏଥରକୁ ମିଶାଇ ସୂର୍ୟ୍ୟ ନାରାୟଣ ପାତ୍ର ବିଧାନସଭାକୁ ମୋଟ ୭ ଥର ନିର୍ବାଚିତ ହୋଇଛନ୍ତି। ସେ ମୋହନାରୁ ୪ ଥର ଏବଂ ଦିଗପହଣ୍ଡିରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ, ସଂସ୍କୃତି ଓ ପର୍ୟ୍ୟଟନ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ମଧ୍ୟ ପୂର୍ବରୁ ଦାୟିତ୍ୱ ତୁଳାଇ ସାରିଛନ୍ତି । ରାଜନୀତରେ ବେଶ ଅଭିଜ୍ଞତା ଥିବା ଏହି ନେତା ସୂଚନାରୂପେ ଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଇଛି । ନୂଆ ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।