Odia News Portal

ମନ୍ତ୍ରୀଙ୍କ କଳାପଥର-ଧଳାପଥର ଡିଗ୍ରୀ ମହାବିଦ୍ୟାଳୟକୁ ସପ୍ରାଇଜ ଭିଜିଟ

ଭୁବନେଶ୍ୱର() ଆଜି ଅପରାହ୍ନ ୧ଟା ୪୦ ମିନିଟରେ କଟକ ଜିଲ୍ଲା ଅନ୍ତର୍ଗତ କଳାପଥର-ଧଳାପଥର ଡିଗ୍ରୀ ମହାବିଦ୍ୟାଳୟ କଳାପଥର କୃଷି ଓ କୃଷକ ସଶକ୍ତିକରଣ ,ମସô୍ୟ ଓ ପ୍ରାଣୀସଂପଦ ବିକାଶକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଲେଜର ଅଧ୍ୟକ୍ଷ ଅନୁପସ୍ଥିତ ଥିବା ସହ ମଧ୍ୟାହ୍ନ ଭୋଜନ ସମୟ ଅପରାହ୍ନ ଗୋଟାଏ ରୁ ୧ଟା ୩୦ ମିନିଟ ଧାର୍ଯ୍ୟ କରାଯାଇଥିବା ବେଳେ ଅଧ୍ୟକ୍ଷ ୧ଟା ୫୦ ମିନିଟ ସମୟରେ କଲେଜରେ ପହଂଚିଥିଲେ । ରୁଟିନ ଅନୁଯାୟୀ ସେହି ସମୟରେ ତିନୋଟି କ୍ଲାସ ହେବାକୁ ଥିବା ବେଳେ କୌଣସି କ୍ଲାସ ହେଉନଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ । ମନ୍ତ୍ରୀ  ସାହୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ ।

ମନ୍ତ୍ରୀ  ସାହୁ ମହାବିଦ୍ୟାଳୟା ଉପସ୍ଥାନ ଯାଂଚ କରିବା ସମୟରେ ଦୁଇଜଣ ଅଧ୍ୟାପକ  କିଶୋର ସାହୁ ଏବଂ  ଆର.ସି.ଜେନା ଉପସ୍ଥିତ ଥିଲେ । ଉଚ୍ଚଶିକ୍ଷା ବିଭାଗର ନିଦେ୍ର୍ଧଶ ମୁତାବକ ଏ ପର୍ଯ୍ୟନ୍ତ ମହାବିଦ୍ୟାଳୟର ପ୍ରୋକ୍ଟରିଆଲ କ୍ଲାସ ପ୍ରଚଳନ କରାଯାଇନଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ  ସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତୁରନ୍ତ ପ୍ରୋକ୍ଟରିଆଲ କ୍ଲାସ ଚାଲୁ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏହି ଗସ୍ତ ସମୟରେ ମନ୍ତ୍ରୀ   ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ପାଠପଢା ଓ ମହାବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।