Odia News Portal

ସ୍ଥାନ ସଂରକ୍ଷଣକୁ ଉପରାଷ୍ଟ୍ରପତିଙ୍କ ସମର୍ଥନ

ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ଭାଗ ସ୍ଥାନ ସଂରକ୍ଷଣ କରିବା ସମ୍ପର୍କରେ ବିଜେଡିର ଏକ ପ୍ରତିନିଧି ଦଳ ସାଂସଦ ପ୍ରଶନ୍ନ ଆଚାର୍ୟ୍ୟଙ୍କ ନେତୃତ୍ୱରେ ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ଉପରାଷ୍ଟ୍ରପତି ଏହି ଦାବିକୁ ପୂର୍ଣୃୂ ସମର୍ଥନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୁୟସୀ ପ୍ରଶଂସା କରିଥିଲେ । ମହିଳା ମାନଙ୍କ ପାଇଁ ବିଧାନସଭାରେ ୩୩ ଭାଗ ସ୍ଥାନ ସଂରକ୍ଷଣ କରିବା ସମ୍ପର୍କରେ ଏକ ସଂକଳ୍ପ ଓଡିଶା ବିଧାନସଭାର ଗତ ଅଧିବେଶନରେ ପ୍ରଥମ ଗୃହୀତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହି ସଂକଳ୍ପ ଆଗତ କରିଥିଲେ । ଏହା ପରେ ଅନ୍ୟାନ୍ୟ ରାଜ୍ୟ ବିଧାନସଭା ଓ ସଂସଦରେ ଏହା ଗୃହୀତ ହେବା ପାଇଁ ନବୀନ ଏକ ଅଭିଯାନ ଆରମ୍ଭ କରି ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସହଯୋଗ ଲୋଡିଛନ୍ତି ।