Odia News Portal

ଏହି ମହିଳା ଅଲିମ୍ପିଆନଙ୍କୁ ଜେଲ୍ ଦଣ୍ଡ

ନେଦରଲାଣ୍ଡ୍ସର ମହିଳା ଆଥ୍ଲେଟ୍ ମାଡି ଗାଫୁରଙ୍କୁ ନିଷିଦ୍ଧ ଡ୍ରଗ୍ସ ଚାଲାଣ ମାମଲାରେ ଦଣ୍ଡିତ କରାଯାଇଛି । ୨୭ବର୍ଷିୟ ଗାଫୁର ଗତ ରିଓ ଅଲିମ୍ପିକ୍ସରେ ନେଦରଲାଣ୍ଡ୍ସ ୪ଗୁଣା ୪୦୦ ମିଟର ରିଲେ ଦଳର ସଦସ୍ୟା ରହିଥିଲେ । ଗତ ଜୁନ୍ ମାସରେ ଜର୍ମାନୀରେ ଗାଫୁରଙ୍କ କାର୍ରୁ ୧୧୦ପାଉଣ୍ଡ ଓଜନର ମେଥାମ୍ଫେଟାମିନ୍ ନାମକ ଏକ ନିଷିଦ୍ଧ ଡ୍ରଗ୍ ଜବତ କରାଯାଇଥିଲା । କ୍ଲିଭ୍ ନ୍ୟାୟପାଳିକା ଏହି ମାମାଲାର ଶୁଣାଣି କରି ଗାଫୁରଙ୍କୁ ୮ବର୍ଷ ୬ ମାସ ଜେଲ୍ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରଗ୍କୁ ଶକ୍ତିବର୍ଦ୍ଧକ ଭାବେ ବ୍ୟବହାର କରିବା ପାଇଁ ସେ ସାଙ୍ଗରେ ନେଉଥିବା ସ୍ୱୀକାର କରିଥିଲେ ବୋଲି କୋର୍ଟ ଦର୍ଶାଇଛନ୍ତି ।