Odia News Portal

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ

ଆଠଗଡ଼: ଅସୁରକ୍ଷିତ ଗଜରାଜ। ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି ।

ହାତୀଟିର ବୟସ ୭ ବର୍ଷ ହେବ। ତା ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ହାତୀ ମୃତ୍ୟୁ କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହାତୀପଲରେ ୫ଟି ହାତୀ ସୁକାସନ ରିଜର୍ଭ ଭିତରେ ଘୁରି ବୁଲଥିଲେ। ରାତିରେ ଫସଲ ଖାଇବାକୁ ଆସି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।