Odia News Portal

 ଆକାଶରେ ଡ୍ରୋନ୍‌ ଉଡ଼ାଣକୁ ନେଇ ନୂଆ ନିୟମ

ଭୁବନେଶ୍ବର: ୨୫୦ ଗ୍ରାମ୍‌ରୁ କମ୍‌ ଓଜନର ନାନୋ ଡ୍ରୋନ୍‌ ମାଲିକ ଥାନାରୁ ଏଥିପାଇଁ ଅନୁମତି ଆଣିବେ। କିନ୍ତୁ ୨୫୦ ଗ୍ରାମ୍‌ରୁ ଅଧିକ ଓଜନର ଡ୍ରୋନ୍‌ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିବ। ଗତ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଜାରି ପରେ ଏବେ ଓଡ଼ିଶା ପୁଲିସ ବିଭାଗ ଘରୋଇ ଡ୍ରୋନ୍‌ ସମ୍ପର୍କିତ ତଥ୍ୟ ସ˚ଗ୍ରହ କରିଛି। ଓଡ଼ିଶାରେ ପ୍ରାୟ ୫୦୦ ଘରୋଇ ଡ୍ରୋନ ଉଡ଼ାଣ କରାଯାଉଥିବା ରିପୋର୍ଟ ମିଳିଛି। ଡ୍ରୋନ୍‌ର ଓଜନ ଅନୁଯାୟୀ, ସେମାନେ ନୂଆ ନିୟମ ପାଳନ କରିବାକୁ ବାଧ୍ୟ। ନିୟମ ଖିଲାଫ କରି କୌଣସି କାର୍ଯ୍ୟକ୍ରମରେ ଡ୍ରୋନ୍‌ ଉଡ଼ିଲେ ସମ୍ପୃକ୍ତ ଡ୍ରୋନ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।